ରେଡକ୍ରସ ସଂସ୍ଥା ଦ୍ୱାରା କରୋନା ପ୍ରତିଷେଧକ କିଟ୍ ବଣ୍ଟନ

0
339

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଡୁଙ୍ଗାପଲ୍ଲୀ ଗ୍ରାମରେ ଭାରତୀୟ ରେଡକ୍ରସ ସଂସ୍ଥା ଓ ରାଜ୍ୟ ଯୁବ ରେଡ୍ କ୍ରସ୍ ତରଫରୁ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ରକ୍ଷା ସରଞ୍ଜାମ ବାଣ୍ଟିବା ସହିତ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜଗନ୍ନାଥ ପ୍ରସାଦ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ, ଏବଂ ରେଡ ରିବନ କ୍ଲବ ଆନୁକୂଲ୍ୟରେ କରୋନା ସଚେତନତା ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟଅତିଥି ରୂପେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡଃ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଗ୍ରାମର ଲୋକଙ୍କୁ କରୋନା ଠାରୁ କିପରି ଦୁରେଇ ରହିବେ କହିବା ସହିତ କରୋନା ସୁରକ୍ଷା ସରଞ୍ଜାମ କିଟ୍ ବଣ୍ଟନ କରିଥିଲେ | ସମ୍ମାନିତ ଅତିଥିରୂପେ ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ପରିଚାଳନା କରିଥିଲେ | ପଥ ପ୍ରାନ୍ତ ନାଟକରେ ସ୍ଵେଚ୍ଛାସେବୀ ତୁଳସୀ ସେନାପତି, ଶିବାନୀ ପାତ୍ର ଓ ଟୁନା ନାୟକ ଅଭିନୟ କରଥିଲେ | ଏଥିରେ କାହ୍ନୁ ଚରଣ ପ୍ରଧାନ, ଗୋପାଲ ନାୟକ, ଚନ୍ଦନ ବିଶ୍ଵାଳ, ନନ୍ଦନ ବିଶ୍ଵାଳ, ଫକୀର ମୋହନ ସେନାପତି, ଅଶୋକ ବାରିକ ଓ ଅବିନାଶ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ | ସମସ୍ତ ଅତିଥି ଓ ଗ୍ରାମବାସୀ ମାନଙ୍କୁ ସରୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ | ସର୍ବ ଶେଷରେ ଗ୍ରାମର ସଭାପତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here