କୋଷାଗୁମୁଡା ରେ ପଞ୍ଚାୟତରାଜ ଦିବସ ଅନୁଷ୍ଠିତ

0
312

କୋଷାଗୁମୁଡା ( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ପଞ୍ଚାୟତ ରାଜ ଦିବସ ଓ ୧୦୫ ତମ ବିଜୁ ପଟ୍ଟନାୟକ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ କୁ ପଞ୍ଚାୟତ ରାଜ ଦିବସ ଭାବରେ ପାଳନ କରାଯାଏ । ଆଜିର ଏହି ସୋମାରହ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ ବକ୍ସି , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଗୀତମଣି ସମରଥ , ବିଡ଼ିଓ ଅକ୍ଷୟ ମିତା କାର୍ତ୍ତିକ, ଏବିଡ଼ିଓ ବିଶ୍ୱନାଥ ରାଉତ , ଜିପିଓ ତ୍ରିଲୋଚନ ଛନ୍ଚାଣ ଓ କୋଷାଗୁମୁଡା ବ୍ଲକ ର ୨୬ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମସ୍ତ ପିଇଓ ଓ ବ୍ଲକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜୁ ବାବୁଙ୍କ କର୍ମଠ ସମୟ , ଓଡିଶା ବାସିଙ୍କ ପାଇଁ ତାଙ୍କର ବଳିଦାନ, ଗ୍ରାମର ଉନ୍ନତି ପାଇଁ ସେ କିପରି ଚେଷ୍ଟା କରିଥିଲେ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଡ଼ିଓ ଅକ୍ଷୟ ମିତା କାର୍ତିକ ଏକ ଦେଶାତ୍ମକ ଗୀତ ଗାଇଥିଲେ । ପରେ ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକ କିଭଳି ମାଛ ଚାଷ କଲେ ଲାଭ ସହ ଅତ୍ମୋ ନିର୍ଭରଶୀଳ ହେବ ଓ ସରକାର ଙ୍କ ଯୋଜନା ଉପରେ ଆଲୋଚନା ଓ ବ୍ଲକ ର ଉନ୍ନତି କିଭଳି ହେବ ତା ଉପରେ ଆଲୋଚନା
କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here