ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ଆନ୍ଦୋଳନ ତେଜିଲା,ଜିଲ୍ଲାର ବିକାଶରେ ରାଜନୈତିକ କନ୍ଦଳହିଁ ଏକମାତ୍ର ବାଧା

0
291

ବ୍ରହ୍ମପୁର() ବ୍ରହ୍ମପୁର ବିମାନବନ୍ଦର ସ୍ଥାପନ ଆନ୍ଦୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗିରିଜା ଛକ -ରାମଲିଙ୍ଗମ ପାର୍କ ନିକଟରେ ତୃତୀୟ ପର୍ଯ୍ୟାୟ ପୋଷ୍ଟକାର୍ଡ -ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଭର୍ଚ୍ଛନା କରାଯାଇଥିଲା l ବିଜେପି ବିଜେଡି ମଧ୍ୟରେ ପରସ୍ପରକୁ କାଦୁଅ ଫୋପଡ଼ା ରେ ଗଞ୍ଜାମ ଜିଲ୍ଲାବାସୀ ଶିକାର ହେଉଛନ୍ତି l ଆବଶ୍ୟକ ବେଳେ କୋଳlକୋଳି ଉପରକୁ ସମାଲୋଚନାରେ ଗଞ୍ଜାମ ଜିଲ୍ଲାର ବିକାଶରେ ଗୁରୁତର ବାଧା ସୃଷ୍ଟି ହେଉଛି l ବ୍ରହ୍ମପୁରର ହଜାର ହଜାର ଯୁବକ ଯୁବତୀ ଭାରତର ବିଭିନ୍ନ ବଡ଼ ବଡ଼ ସହର ଓ ବିଦେଶରେ କାମ କରୁଥିଲେ ବି ଆବଶ୍ୟକ ବେଳେ ଘରକୁ ଫେରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ପରିସ୍ଥିତିରେ ବିକାଶ ନାମରେ ବ୍ରହ୍ମପୁରବାସୀଙ୍କୁ ଲଲ୍ଲୀପପ ଭଳି ଯୋଜନା ଦେଖାଇ ତୁଚ୍ଛା ଭଣ୍ଡାମୀ ଛଡା ଆଉ କିଛି ନୁହଁ ବୋଲି ଆଜି ଉପସ୍ଥିତ ବିଭିନ୍ନ ବକ୍ତା ମତ ପ୍ରଦାନ କରିଥିଲେ l ଗଲା ତିରିଶ ବର୍ଷରୁ ବିମାନ ବନ୍ଦର ସ୍ଥାପନ ନେଇ ବ୍ରହ୍ମପୁରବାସୀ ଙ୍କ ପକ୍ଷରୁ ଦାବି ହେଉଥିବାବେଳେ ରାମଲିଙ୍ଗମ ପୋଖରୀ ପାର୍କ ଉଦଘାଟନକରି ମାତ୍ରାଧିକ ଆଡମ୍ବର କରି ବ୍ରହ୍ମପୁରବାସୀଙ୍କୁ ଭକୁଆ ବନାଇବା ଏକ ପ୍ରଚେଷ୍ଟା ବୋଲି ଅଧିକାଂଶ କ୍ଷୋଭ ପ୍ରକାଶ କରିଛନ୍ତି l ଆଜିର ଦସ୍ତଖତ ଅଭିଯାନରେ ଆବାହକ ରାଜେନ୍ଦ୍ର ପଣ୍ଡା, ସହଆବାହକ ଅବନୀ ଗୟା ଙ୍କ ସହ ଗଗନ ଚନ୍ଦ୍ର ମଲ୍ଲିକ, ଭି, ସନ୍ତୋଷ କୁମାର,ଜାମୁଲl ସୁରେଶ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଏସ. ପ୍ରକାଶ ଚନ୍ଦ୍ର ପାତ୍ର,ବାସୁଦେବ ସାହୁକାର, ଡ଼ଃ. ଶିବ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ବେହେରା, ବି ସ୍ୱରାଜ୍ୟ ସୁବୁଦ୍ଧି, ଏସ. କେଶବ ଲିଙ୍ଗମ, ପ୍ରଦୀପ କୁମାର ସାହୁ,ଜେ ରବି କୁମାର, ଶ୍ରୀବଛ ଲାଞ୍ଚନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here