ଜାତୀୟ କୃମି ନାଶକ ଦିବସ ପାଳିତ

0
373

ଭଞ୍ଜନଗର (ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୋଚ୍ଛା ପଞ୍ଚାୟତର ଵାଲାପଙ୍କା ଗ୍ରାମରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଵାଲାପଙ୍କା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ପାଳନ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ପ୍ରଦୀପ ପ୍ରଜ୍ବଳନ କରି କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଗ୍ରାମରେ ଘର ଘର ବୁଲି ଛୋଟ ଶିଶୁ ମାନଙ୍କୁ କୃମି ନାଶକ ଔଷଧ ବିତରଣ କରଯାଇଥିଲା । କାର୍ଯ୍ୟକ୍ରମ ରେ ବି.ପି.ଏମ.ଶ୍ରୀ ଗୋଲକ ଗରିଆଗଡୁଙ୍କ ସହ ଆରୋଗ୍ୟ ପ୍ଲୁସ ର ଚିକିତ୍ସକ ଦଳ ଡକ୍ଟର ଶ୍ରୀ ଦେବୀ ପ୍ରସାଦ ପଟନାୟକ, ଫାର୍ମାସିଷ୍ଟ ସଞ୍ଜିତ କୁମାର ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସଞ୍ଜିତା କୁମାରୀ ସାହୁ,ପିଣ୍ଟୁ ନାୟକ, ସୀମାଞ୍ଚଳ ପଳାଇ ଙ୍କ ସମେତ ମହିଳାଓ ଶିଶୁ ବିକାଶ ପ୍ରକଳ୍ପ ପରିଦର୍ଶିକ। ଶ୍ରୀମତି ପ୍ରଭାସିନୀ ସାହୁ ଓ ସ୍ତାନୀୟ ଗ୍ରାମ ପଞ୍ଚ।ୟତ ନିର୍ବାହୀ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ମଳିକ ଓ ଉପ- ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here