ରକ୍ତଦାନ କରି ନିଆରା ଢ଼ଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଶିକ୍ଷକ

0
330

ଭଞ୍ଜନଗର (ନିଲୁ ବିଷୋୟୀ) ନିଜର ତୃତୀୟ ବିବାହ ବାର୍ଷିକୀକୁ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ଭଞ୍ଜନଗର ବ୍ଲକର ଜଣେ ଶିକ୍ଷକ I ସୂଚନା ପ୍ରକାରେ ଭଞ୍ଜନଗର ବ୍ଳକ୍ ଢେପସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଦଳବରା 2018 ମସିହା ମାର୍ଚ୍ଚ ମାସ ଚାରି ତାରିଖରେ ଗାୟତ୍ରୀଙ୍କୁ ବିବାହ କରିଥିଲେ I ଆଜି ସେମାନଙ୍କ ତୃତୀୟ ବିବାହ ବାର୍ଷିକୀ ଥିବାରୁ ଏହାକୁ ଅଯଥା ଭୋଜିଭାତ ଆଡମ୍ବରରେ ନ ପାଳି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ପାଳିବାକୁ ନିଷ୍ପତି ନେଇଥିଲେ I ଆଜି ସୁଦାମ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ ର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ରକ୍ତ ସଂଗ୍ରହ କାର୍ଯ୍ୟରେ ସିନିୟର ଟେକ୍ନିସିଆନ ଡକ୍ଟର୍ ସୁରେନ୍ଦ୍ର ମହାପାତ୍ର, ରକ୍ତଭଣ୍ଡାର କର୍ମଚାରୀ ବିପିନ ବିହାରୀ ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ଏବଂ ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରା ସହଯୋଗ କରିଥିଲେ I ପ୍ରକାଶ ଥାଉକି ସୁଦାମ ମୃତ୍ୟୁ ପରେ ନିଜର କିଡନୀ ଏବଂ ଫୁସଫୁସ୍ ମଧ୍ୟ ଦାନ କରିବାକୁ ଚୁକ୍ତିବଦ୍ଧ ହୋଇସାରିଛନ୍ତି I

LEAVE A REPLY

Please enter your comment!
Please enter your name here