ମଣ୍ଡି ଚାଷିର ଧାନ ଉଠାଉ ନଥିବାରୁ ୪ ମାର୍ଚ୍ଚରେ କେନ୍ଦୁପଦର ମୂଖ୍ୟ ରାସ୍ତାରେ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିବେ

0
321

ଆସିକା(ଜଗନ୍ନାଥ ସାହୁ ) ଚାଷି ହାତରେ ଟୋକନ ଅଛି କିନ୍ତୁ ମଣ୍ଡି ଚାଷିର ଧାନ ଉଠାଉନାହିଁ, ମିଲରକୁ ଅର୍ଡର ଆସି ନାହିଁ । ଟାର୍ଗେଟ ମିଳି ନାହିଁ ଏପରି କହି ଚାଷୀକୁ ଭୁଆଁ ବୁଲାଇ ଚାଲିଛନ୍ତି । ଧାନ ଉଠି ନଥିବାରୁ ଧାର କରଜ ଆଣିଥିବା ଚାଷୀଙ୍କ ଅବସ୍ଥା ସଙ୍ଗିନ ହେଲାଣି । ପୁଅ ଝିଅଙ୍କ ବିବାହ ଖର୍ଚ୍ଚ ସାଙ୍ଗକୁ ଘରର ଅତ୍ୟାବଶ୍ୟକୀୟ ଖର୍ଚ୍ଚ ଭରଣା କରିବା ପାଇଁ ବାର ବାଜିଲାଣି । ଟୋକନରେ ଥିବା ଧାର୍ଯ୍ୟ ସମୟ ସରିବାକୁ ବସିଛି । ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ବେ କିଛି ଫଳପ୍ରଦ ହେଉନାହିଁ । ମିଲର ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚାଷୀର ଜୀବନ ଦୁର୍ବିସହ ହେବାରେ ଲାଗିଛି । ଏଥିପାଇଁ ଗତ ୦୧ ମାର୍ଚ୍ଚ ୨୦୨୧ ସୋମବାର ଦିନ ଅପରାହ୍ନ ୪ ଘଟିକାରେ ଗହଙ୍ଗୁ ଠାରେ ଚାଷୀକୁଳ ଏକାଠି ହୋଇ ଆଲୋଚନା କରିଥିଲେ । ଏହି ଆଲୋଚନା ସଭାରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଯୋଗ ଦେଇ ବିଭିନ୍ନ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଚାଷୀର ଧାନ ତୁରନ୍ତ ଉଠିବା ପାଇଁ ଆସିକା ଭଞ୍ଜନଗର ମୂଖ୍ୟ ରାଜପଥ କେନ୍ଦୁପଦର ଛକଠାରେ ଦିନ ୯ ଘଟିକାରୁ ରାସ୍ତାରେ ଧାନବସ୍ତା ରଖି ଚାଷି ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଧାନବସ୍ତା ଉଠିବା ପାଇଁ ପ୍ରଶାସନ ପକ୍ଷରୁ ସୁପଦକ୍ଷେପ ନନେଲେ ଆସନ୍ତା ୬ ତାରିଖରେ ଆସିକା ବାଲିପଦର ଏବଂ ଆସିକା ଭଞ୍ଜନଗର ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବ । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଚାଷୀ ଭାଇମାନେ ନିବେଦନ କରିଛନ୍ତି । ଏହି ବୈଠକରେ ରମେଶ ପଇଡା, ବାସୁଦେବ ସିଓ, ବଳରାମ ମହାନ୍ତି ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here