ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ !

0
637

ବୁଗୁଡା ୧୬/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଗୋଲା ସାହିର ଶିବରାମ ପାତ୍ର ଛେଳି ଚରାଇବାକୁ ଯାଇ ଗଛ ମୂଳେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । । ସାପ ନୁହେଁ ଅନ୍ୟ କେଉଁ ପୋକ କାମୁଡ଼ି ଦେଇଥିବା ଭାବି ଶିବରାମ ଏହାକୁ ଏଡ଼ାଇ ଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଶରୀର ଖରାପ ହେବାକୁ ଲାଗିଲା । ପରିବାରଲୋକ ଖବର ପାଇ ଆହତ ଶିବରାମଙ୍କୁ ଡାକ୍ତରଖାନା ନେବା ବଦଳରେ ନୂଆ ବସ୍ତ୍ର ପିନ୍ଧାଇ ମନ୍ଦିର ଆଗରେ ଶୁଆଇ, ପୂଜାର୍ଚ୍ଚନା କରି, ସଂକୀର୍ତ୍ତନକରି ଭଗବାନଙ୍କ ଉପରେ ୮୨ ମାଠିଆ ପାଣି ଢାଳିଥିଲେ କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆମ ଦେଶ ଆଜି ୭୩ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଏବେବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମନ୍ଦିରରେ ପୂଜାର୍ଚ୍ଚନା କରି ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଭଲ କରିବାକୁ କରୁଛି ପ୍ରୟାସ । ଏହା ସତଜେ ବିପଦରୁ ମୁକ୍ତି ପାଇଁ ଭଗବାନଙ୍କ ଆଶୀର୍ବାଦ ଏକାନ୍ତ ଆବଶ୍ୟକ କିନ୍ତୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହେବା କେତେ ଦୂର ଯୁକ୍ତିଯୁକ୍ତ, ଏହି ଘଟଣା ରୁ ଆଜିର ମଣିଷ ବୁଝିବା ଉଚିତ।

LEAVE A REPLY

Please enter your comment!
Please enter your name here