ନିଆଁ ଲିଭା କାର୍ଯ୍ୟ ଚାଲିଥିଲା ବେଳେ ଜୀବନ୍ତ ବୋମା ଠାବ

0
325

କବିସୂର୍ଯ୍ୟନଗର(ଦେବାଶିଷ ମହାରଣା) ଗଂଜାମ ଜିଲ୍ଲା କବିସୂର୍ୟ୍ଯନଗର ଥାନା ଅନ୍ତର୍ଗତ ପାଇକଜମୁନା ଗାଁ ସିଦ୍ଧେଶ୍ବର ଜଗଂଲ ରେ ଅଚାନକ ନିଆଁ ଲାଗି ଯାଇଥିଲା । ତେବେ ଏହି ନିଆଁ କୁ ଲିଭାଇବା ପାଇଁ କବିସୂର୍ୟ୍ଯନଗର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ନିଆଁ ଲିଭାଉଥିବା ବେଳେ ହଠାତ୍ ଏକ ବ୍ୟାଗ ରୁ ଚାରୋଟି ଜୀବନ୍ତ ବୋମା ମିଳିଥିବା ସୂଚନା ମିଳିଛି । ତେବେ କିଏ ଏହି ବୋମା ରଖିଲା କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ କବିସୂର୍ୟ୍ଯନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମା କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here