ଖଲ୍ଲିକୋଟ ଥାନା ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ , ୨୧୧ ୟୁନିଟ ରକ୍ତ ସଂଗ୍ରହ

0
294

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ଶନିବାର ଦିନ ଖଲ୍ଲିକୋଟ ଥାନା ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ପ୍ରଥମେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପୁଷ୍ପଗୁଚ୍ଛ ଓ ଉପଢ଼ୌଖନ ଦେଇ ସ୍ବାଗତ କରିଥିଲେ । ପରେ ଶ୍ରୀ ରାୟ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଏସ.ଡି.ପିଓ ଗୌତମ କିସାନ,ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ,ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ, ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ , ଯୁବନେତା ଦଇତାରୀ ବେହେରା, ରତ୍ନାକର ସାହୁଙ୍କ ସମେତ ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବକ ଯୁବତୀ, ସାମ୍ବାଦିକ, ସାମାଜିକ କର୍ମୀ, ପୋଲିସ ଓ ସରପଞ୍ଚ ମାନେ ରକ୍ତ ଦାନ କରିଥିଲେ। ପ୍ରଥମ ରକ୍ତ ଦାତା ଭାବେ ଯୁବ ସାମ୍ବାଦିକ ଅମର ସାହୁ ରକ୍ତ ଦାନ କରିଥିବା ବେଳେ ସରପଞ୍ଚ ବାସୁଦେବ ରାଉତ,ସୁଲୁ ସ୍ବାଇଁ, ବନମାଳୀ ବାଲା,ସମାଜସେବୀ ବୁଲୁ ତରେଇ ପ୍ରମୁଖ ରକ୍ତ ଦାନ କରିଥିଲେ। ଏହି ଶିବିରକୁ ଆସିଥିବା ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ରକ୍ତଭଣ୍ଡାର କର୍ମଚାରୀ ମାନେ ଆସି ମୋଟ ୨୧୧ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here