ଶାନ୍ତି ସ୍ରୋତ ଭବନଠାରେ ୫୪ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ

0
195

ଭଞ୍ଜନଗର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଭଞ୍ଜନଗର ଶାନ୍ତି ସ୍ରୋତ ଭବନଠାରେ ୫୪ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ହୋଇଛି। ଏଥିରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆତ୍ମାଜ୍ଞାନ ଓ ସହଜ ରାଜଯୋଗ ଦ୍ଵାରା ଉତ୍ତମ ଚରିତ୍ର ଗଠନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ସମାଜସେବୀ ଶୂଳପାଣି ଶତପଥୀ ଓ ଭାତ୍ରା ରବୀନ୍ଦ୍ର ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଉକ୍ତ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟା ବିଶ୍ବ ପରିବର୍ତ୍ତନର ଦୁଇଟି ସହାୟକ ସ୍ତମ୍ଭ ବୋଲି ବିଶଦ ଆଲୋଚନା କରିବା ସହିତ ନୀରବତା ଗୁଣର ସଦୁପଯୋଗ ବର୍ତ୍ତମାନ ସମାଜ ପାଇଁ ନିତାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ବ୍ରହ୍ମାକୁମାରୀ ଅଲିଭା, ବ୍ରହ୍ମକୁମାରୀ ଅନିତା, ବ୍ରହ୍ମାକୁମାରୀ ପିଙ୍କି, ବ୍ରହ୍ମାକୁମାରୀ ପ୍ରାପ୍ତି ଭଉଣୀ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ସମାପନ କରିଥିଲେ। ପରିଶେଷରେ ବ୍ରହ୍ମାକୁମାର ଅକ୍ଷୟ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here