ଲଗାଣ ବର୍ଷାରେ ଧୋଇଗଲା କଲଭର୍ଟ

0
473

ଭଞ୍ଜନଗର/ସୋରଡା(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଗ୍ରାମ ଠାରୁ ଗାଙ୍ଗପୁର ଯିବା ରାସ୍ତା ରେ ଏକ ଅସ୍ଥାୟୀ କଲଭର୍ଟ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ରେ ଧୋଇ ହେଇଯାଇଛି। ଫଳରେ ଆଜି ସକାଳୁ କଲଭର୍ଟ ଟି ଜରାଉ ନଦୀ ର ବନ୍ୟାଜଳ ରେ ଧୋଇ ହୋଇଯିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହେଇଯାଇଛି। ପ୍ରକାଶ ଯେ ଗତ ତିତଲି ବନ୍ୟା ରେ ଏଠାକାର ରାସ୍ତା ଧୋଇ ହୋଇଯିବା ଯିବା ଫଳରେ ସେଠାରେ ଏକ ପୋଲ ନିର୍ମାଣ ଚାଲିଛି। ହେଲେ ଆଜି ଯାଏଁ ତାହା ସମ୍ପୂର୍ଣ ହେଇନି। ଲକଡାଉନ ଠାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତ ରେ ଗମନାଗମନ କୁ ସ୍ବ।ଭାବିକ କରିବା ପାଇଁ ଏକ ଅସ୍ଥାୟୀ କଲଭର୍ଟ ନିର୍ମାଣ କରାଯାଇଥିଲା ଯାହା ଏବେ ବର୍ଷା ରେ ଧୋଇ ହୋଇଯାଇଛି। କଲଭର୍ଟ ଟି ନଷ୍ଟ ହୋଇଯିବା ଫଳରେ ଆଖ ପାଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଗ୍ରାମ ବର୍ତ୍ତମାନ ଅସୁବିଧା ରେ ରହିଛନ୍ତି। ଜଳ ସ୍ତର ବଢ଼ୁଥିବା ଯୋଗୁଁ ହଠାତ କୌଣସି ପଦକ୍ଷେପ ନେବା ସମ୍ଭବ ହେଉନି। ବଡଗଡ ରୁ ବର୍ତ୍ତମାନ ବ୍ରହ୍ମପୁର, ଶେରଗଡ଼, ,ହିଂଜିଲିକାଟୁ, ଭବନେଶ୍ୱର କୁ ଯୋଗାଯୋଗ ରୁ ବିଛିନ୍ନ ରହିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ବଡଗଡ ଓ ଅଖାପାଖ ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଧ ଗ୍ରାମ ସ୍ୱାସ୍ଥ୍ୟ ସେବା ପାଇଁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିର୍ଭରଶୀଳ ହେଉଥିବା ବେଳେ,କଲଭର୍ଟ ଭାଙ୍ଗିଯିବା ଯିବା ଯୋଗୁଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବାରେ ଲାଗିଛନ୍ତି। ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ଗମନାଗମନ ର ସୁବିଧା କରାଇଲେ ୫୦ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here