କରୋନର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି

0
397

ଆସିକା(ଜଗନ୍ନାଥ ସାହୁ) ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ତଥା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଦୀର୍ଘ ଦିନ ଧରି ଲୋକଙ୍କ ମନରେ ଭୟ ଜାତ କରିଥିବା ବିଶ୍ୱ ମହାମାରି କରୋନା ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ବର୍ତ୍ତମାନ ଦେଖିବାକୁ ମିଳିଛି ଅନେକ ଦେଶରେ।ଏପରିକି ଏହା ବର୍ତ୍ତମାନ ଭାରତର ମହାରାଷ୍ଟ୍ର, କେରଳ,ଗୁଜରାଟ ଆଦି ରାଜ୍ୟରେ ନିଜର ଦୂତୀୟ ପଯ୍ୟାୟ ସଂକ୍ରମଣ ଦେଖାଇଛି।ଏହି ସବୁ ରାଜ୍ୟର ସ୍ଥିତିକି ଦୃଷ୍ଟିରେ ରଖି ଓଡିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଥିବା ବେଳେ ଓଡ଼ିଶାରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଗଞ୍ଜାମ ବାସୀଙ୍କ ପାଇଁ ଜାରି କରିଛନ୍ତି କୋଭିଡ ନିୟମା ବଳି।ହେଲେ କେତେ ଦୂର ଏହାକୁ ଗଞ୍ଜାମ ଜିଲ୍ଲାର ବାସୀ ମାନୁଛନ୍ତି ତାହାର ସ୍ଥିତି ପରିଖିଥିଲୁ

ଗତ ଏକ ବର୍ଷ ହେବ ସାରା ବିଶ୍ୱରେ ଆତଙ୍କ ରାଜ କରୁଥିବା କରୋନା ମହାମାରୀ କିଛି ଦିନର ନୀରବତା ପରେ ପୁଣି ଏବେ କେତେକ ଦେଶ ରେ ନିଜର କାୟା ବିସ୍ତାର କରିବାରେ ଲାଗିଛି।ଏଭଳିକି ବର୍ତ୍ତମାନ ଭାରତର ମହାରାଷ୍ଟ୍ର ,କେରଳ ,ଗୁଜରାଟ ଆଦି ରାଜ୍ୟରେ ଦିନକୁ ଦିନ ଅଧିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ତେଣୁ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ବାସୀଙ୍କୁ ସଚେତନ କରିବା ସହ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସତର୍କ କରାଇଛନ୍ତି।ହେଲେ ପୂର୍ବରୁ କରୋନ ସଂକ୍ରମଣ ସମୟରେ ସବୁଠାରୁ ଆଗରେ ଥିବା ଗଞ୍ଜାମ, ଜିଲ୍ଲା ପାଳଙ୍କ ଉଚିତ ପଦକ୍ଷପ ଫଳରେ ସଫଳ ମୁକାବିଲା କରିବାକୁ ସମର୍ଥ ହୋଇଥିଲା।ଏବେ ଏହାର ଦୂତୀୟ ପଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ଗଞ୍ଜାମ ଜିଲ୍ଲାପାଳ ଏବେ ପ୍ରତି ବ୍ଲକ ଓ NACକୁ ସତର୍କ ରହିବା ପାଇଁ ନିର୍ଦେଶ ଜାରି କରିଛନ୍ତି।ହେଲେ ଆସିକାରେ ଅଞ୍ଚଳରେ ଏହାର ତତ୍ପରତା ଦେଖିବାକୁ ମିଳିଛି।ଆସିକାରେ ଥିବା ବଣିକ ସଂଘ ଦ୍ୱାରା ସମସ୍ତ ଦୋକାନିକୁ ଜିଲ୍ଲାପାଳଙ୍କ ପଞ୍ଚ ସୁତ୍ରୀ ନିୟୟ ପାଳନ କରିବା ପାଇଁ କରିଛନ୍ତି ସଚେତିତ।ଏହା ସହ ଜିଲ୍ଲାପାଳଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ନିୟମା ବଳିକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବଣିକ ସଂଘ ସମ୍ପାଦକ।

ଏପଟେ ଆସିକାରେ ଥିବା ପ୍ରତେକ ଦୋକାନୀ,ପରିବା ବ୍ୟବସାୟୀ,ହୋଟେଲ ମାଲିକ ମଧ୍ୟ ନିଜ ନିଜ ଦୋକାନରେ ଗ୍ରାହାକଙ୍କୁ ସାମାଜିକ ଦୂରତା ମାନିବା ପାଇଁ ପରାମର୍ଶ ଦେବା ସହ ନିଜେ ମାକ୍ସ ପରିଧାନ କରି ଅନ୍ୟକୁ ମଧ୍ୟ ମାକ୍ସ ପିନ୍ଦିବା ପାଇଁ କହୁଥିବା କହିଛନ୍ତି ହୋଟେଲ ମାଲିକ।

ଏପରିକି ଔଷଧା ଦୋକାନ ଓ ରାସନ ଦୋକାନ ଗୁଡିକରେ ଗ୍ରାହାକଙ୍କ ଭିଡକୁ ଏଡ଼ାଇବା ପାଇଁ ବେରିକେଟ ବନ୍ଦିବା ସହ ମାକ୍ସ ନ ପିନ୍ଦିଲେ ସାମଗ୍ରୀ ମିଳିବ ନାହିଁ ବୋଲି ମଧ୍ୟ ଫଳକ ଲଗାଯାଇଥିବା ଦେଖିବାକୁ ମିଳିଛି।ଆସିକାରେ ଥିବା ସମସ୍ତ ସ୍କୁଲ ,କଲେଜ ଆଦିର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅଧିକ ସଚେତିତ କରାଯାଇଛି।କେତେକ ଗ୍ରାମରେ ମଧ୍ୟ ଯୁବ ଗୋଷ୍ଟି ଏକତ୍ରିତ ହୋଇ ଗ୍ରାମ ପରିବେଶକୁ ପରିମଳ କରି ଜନ ସଚେତନତା ସୃଷ୍ଟି କରୁଥିବା କହିଛନ୍ତି।

ଏହି ସବୁ ସ୍ୱତେ ମଧ୍ୟ ଅନେକ ଅମାନିଆ ଏବେ ମଧ୍ୟ ଖୋଲା ଖୋଲି ଜିଲ୍ଲାପାଳଙ୍କ ନିୟମ ମାନୁନଥିବା ନଜରକୁ ଆସିଛି।ତେଣୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏହାକୁ ନଜରକୁ ନେଲେ ଦ୍ଵତୀୟ ପଯ୍ୟାୟ ସଂକ୍ରମଣ ହେବାର ଭୟ ରହିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଧରିଛି।ଏହା ସହ ଯଦି ଆମେ କୋଭିଡ ନିୟମ ନ ମାନିବା ତେବେ ଏହି ବିଶ୍ୱ ମହାମାରୀ କରୋନ ପୁନର୍ବାର ଆମ ସଭ୍ୟ ସମାଜକୁ ବ୍ୟତିବ୍ୟସ୍ତ କରି ପକାଇବ କହିଛନ୍ତି।

LEAVE A REPLY

Please enter your comment!
Please enter your name here