ଡାବୁଗାଁରେ ଆଦିବାସୀ ପାରମ୍ପରିକ ମାଘ ମଣ୍ଡେଇ ପାଳିତ

0
405

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହୁକୁମା ଠାରେ କାଭିଡ ନିୟମ ମାନି,ମାସ୍କ ବ୍ୟବହାର କରି ସାମାଜିକ ଦୂରତା ବଜାଇ ରଖି ଧୁମଧାମରେ ପାଳିତ ହୋଇଯାଇଛି। ମାଘ ମଣ୍ଡେଇ ବା ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂଜା । ମହାଦେବଙ୍କ ଅବତାର ବାବା ଭୈରଭ ଙ୍କୁ ଏଠାରେ ବଡ଼ଦେଵତା ନାମରେ ପୂଜା କରାଯାଏ ଆଦିବାସୀ ପର୍ବ ମାଘ ମଣ୍ଡେଇ ହାଟ ପୂର୍ବ ଦିନ ପାଳିତ ହୁଏ ଏହି ବଡ଼ଦେବତା ପୂଜା , ମାଘ ମଣ୍ଡେଇ ଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ପରେ ସିରା ,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହୋଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲି ଥିଲେ । ଡାବୁଗାଁ ମଣ୍ଡେଇ ପାଇଁ ଗତକାଲି ବୁଧବାର ଦିନ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଥିଲା ଡାବୁଗାଁ ଅଞ୍ଚଳରେ । ଦୁଲାରଦେଇ ପୂଜା ଠାରୁ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଞ୍ଚଳ ଚଳଚଞ୍ଚଳ ରହିଥିଲା ,ଆସନ୍ତା କାଲି ଶୁକ୍ରବାର ବାସି ମଣ୍ଡେଇ ପର୍ଯ୍ୟନ୍ତ ଏହିଭଳି ଗହଳି ଲାଗି ରହିଥିବ । ଯାତ୍ରା ଦେଖିବାକୁ ସ୍ଥାନୀୟ ନବରଙ୍ଗପୁର ଜିଲ୍ଲା ରୁ ଉମରକୋଟ, ପାପଡାହଣ୍ଡି, କଷାଗୁମୁଡା , ସହ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କିନ୍ତୁ କୋଭିଡ କଟକଣା ଯୋଗୁ ପୂର୍ବବର୍ଷ ଭଳି ଲୋକଙ୍କ ମଧ୍ୟରେ ଉତ୍ସାହ ନଥିଲା କି ଆଡମ୍ବର ସହ ଏହାର ଆୟୋଜନ କରାଯାଇ ନଥିଲା । ସୂଚନା ଅନୁସାରେ , ପ୍ରଥମେ ଗାଁ ଓ ଆଖପାଖ ଗାଁରୁ ଶତାଧିକ ଲାଠି , କୁର୍ଚି , ପାଲିଙ୍କି ଆଦିକୁ ଅଣାଯାଇ ମାଁ ଠାକୁରାଣୀ ମନ୍ଦିର ଦାଣ୍ଡରେ ରୁଣ୍ଡ କରାଯାଇଥିଲା । ମୁଖ୍ୟ ଦେବତାଙ୍କ ଆଜ୍ଞାମାଳ ଆସିବା ପରେ ଗ୍ରାମର ସମସ୍ତ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତ ଲାଠି , କୁର୍ଚି ଓ ପାଲିଙ୍କିକୁ ଗ୍ରାମ ପରିକ୍ରମା କରଯାଇଥିଲା । ମୁଖ୍ୟ ଗ୍ରାମ ଦେବା ଦେବୀ ମନ୍ଦିର ପୂଜାରୀ , ଶିରା ପ୍ରମୁଖ ଉପସ୍ଥିତ ରହି ପରମ୍ପରା ଅନୁସାରେ ପୂଜାପାଠ କରିଥିଲେ । ମଣ୍ଡେଇ ଯାତ୍ରା ସହ ଦେବଦେବୀଙ୍କ ପୂଜାର୍ଚ୍ଚନା କଲେ ଅଞ୍ଚଳବାସୀ ରୋଗବ୍ୟାଧିରୁ ରକ୍ଷା ପାଇବା ସହ ଫସଲ ଭଲ ହୋଇଥାଏ ବୋଲି ଏଠାରେ ବିଶ୍ଵାସ ରହିଛି । ଶ୍ରଦ୍ଧାଳୁମାନେ ଧୂପଦୀପ , ପୁଷ , ନଡିଆ ଧରି ବିଭିନ୍ନ ମାନସିକ ମନାସୀ ପୂଜାର୍ଚ୍ଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here