ବେତାର ଗ୍ରାମ ନିକଟରେ ଟ୍ରକକୁ ପିଟିଲା ଟାଟା ଏସି ; ଚାଳକ ଗୁରୁତର

0
359

ଭଞ୍ଜନଗର ( ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅନ୍ତର୍ଗତ ବେତାର ଗ୍ରାମ ନିକଟରେ ବୁଧବାର ରାତିରେ ଏକ ମାଲ ବୋଝେଇ ଟ୍ରକ ଖରାପ ଥିବା ଯୋଗୁ ରାସ୍ତା କଡରେ ଛିଡା ହୋଇଥିବା ବେଳେ କୁଲାଡ଼ ପଟୁ ଆସୁଥିବା ଏକ ଟାଟାଏସି ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଟାଟା ଏସି ଗାଡି ଚାଳକ ରାଜକୁଣ୍ଡ ଗ୍ରାମର ଅନନ୍ତ କୁମାର ବିଶୋଇ ଗୁରୁତର ଆହତ ହୋଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଂଚି ଅନନ୍ତ କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here