ଉମରକୋଟରେ ପୁଣି ବୁଲିଲା କରୋନା ସଚେତନା ଯାନ

0
248

ଉମରକୋଟ(କ୍ରିଷ୍ଣା ସାହୁ) କରୋନା କଟକଣା କିଛିଦିନ କୋହଳ ହେବାପରେ କେରଳ, ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ ପୁଣି ସଂକ୍ରମଣ ବଢୁଥିବା ରୁ ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସତର୍କ ହୋଇଛନ୍ତି।କିଛିଦିନ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ କ ରୋ ନା କଟକଣା କୁ କଡାକଡି କରିବା ପାଇଁ ଆଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାପାଳ ସେହି ନିର୍ଦେଶ ନାମକୁ ଦୃଷ୍ଟି ରେ ରଖି ପୁଣିଏକ ନିୟମା ବଳି ନବରଙ୍ଗପୁର ଜିଲ୍ଲା ରେ ଜାରି କରିଛନ୍ତି। ତେଣୁ ଆଜି ଉମରକୋଟ ପୌର ପରିଷଦ ପକ୍ଷରୁ ଡାକ ବାଜି ଯନ୍ତ୍ର ଦ୍ୱାରା ଅଞ୍ଚଳ ବସି ଙ୍କୁ ଜଣାଇବା ସହିତ ମାସ୍କ ବ୍ୟବହାର, ସାମାଜିକ ଦୂରତା, ଗୁଟୁଖା ବିକ୍ରି ଉପରେ, ଏଣେ ତେଣେ ଛେପ ପକାଇବା ଏହି ଭଳି ବିଭିନ୍ନ ପ୍ରକାର ସଚେତନ କରିଛନ୍ତି।ଏହି ନିୟମ କୁ କେହି ଅବମାନନା କରନ୍ତି ତାହେଲେ ସେହି ବ୍ୟକ୍ତି ଙ୍କ ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here