ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
281

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ୟୁନିଟ୍-1 କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ.ପ୍ରଫୁଲ୍ଲ କୁମାର ଜେନା ଏବଂ ୟୁନିଟ୍-3 କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଏସ୍ଆଇ ପ୍ରକାଶ କୁମାର ସାହୁ, ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ, ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଜୟ ବିଶ୍ୱାଳ, ରଞ୍ଜିତ ସାମଲ ଏବଂ ବିଶ୍ୱ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା କ୍ଷେତ୍ରରେ ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ଭୂମିକା ଶୀର୍ଷକ ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ମହାବିଦ୍ୟାଳୟ ଠାରୁ ଜଗନ୍ନାଥପ୍ରସାଦ ରୋଡ଼୍ ପର୍ଯ୍ୟନ୍ତ ଏକ ଜନ ସଚେତନତା ରାଲିର ଆୟୋଜନ କରାଯାଇ ବିଭିନ୍ନ ପ୍ଲାକାର୍ଡ ଏବଂ ସ୍ଲୋଗାନ୍ ମାଧ୍ୟମରେ ଲୋକଙ୍କୁ ହେଲମେଟ୍ ବ୍ୟବହାର, ସୁରକ୍ଷିତ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମ ଏବଂ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇଥିଲା I ଏହା ସହିତ ଟ୍ରାଫିକ୍ ନିୟମ ମାନୁ ନଥିବା ଲୋକଙ୍କୁ ଗୋଲାପ ଫୁଲ ଏବଂ ମାନୁଥିବା ଲୋକଙ୍କୁ ଚକୋଲେଟ ଦେଇ ସଚେତନ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here