ଧର୍ମପରାୟଣ ମହିଳାଙ୍କ ୭୬ ବର୍ଷରେ ଦେହାନ୍ତ

0
489

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମର ବିଶିଷ୍ଟ ଜନନାୟକ ସ୍ବର୍ଗତ ସୁଶାନ୍ତ କୁମାର ରାଉତଙ୍କ ଧର୍ମପତ୍ନୀ ଧର୍ମପରାୟଣ ମହିଳା ଚନ୍ଦ୍ରମା କୁମାରୀ ରାଉତଙ୍କ ଫେବୃୟାରୀ ୨୨ ତାରିଖ ପୂର୍ବ ରାତ୍ରି ପ୍ରାୟ ସାଢ଼େ ଦୁଇଟା ସମୟରେ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ଶ୍ରୀମତୀ ରାଉତ ସ୍ୱାସ୍ଥ୍ୟ ଗତ କାରଣ ଯୋଗୁଁ ଭଞ୍ଜନଗର ମେଡ଼ିକାଲରେ କାର୍ଯ୍ୟ କରୁଥିବା ନିଜ ସାନ ବୋହୁଙ୍କ ନିକଟରେ ରହି ଚିକିତ୍ସା ହେଉଥିଲେ। ପୂର୍ବ ରାତ୍ରରେ ଚନ୍ଦ୍ରମା ଦେବୀଙ୍କ ଦେହାନ୍ତ ପରେ ନିଜ ଗ୍ରାମ ଖୋଳଖାଳିକୁ ଅଣା ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଖୋଳଖାଳିରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଚନ୍ଦ୍ରମା ଦେବୀଙ୍କ ମର ଶରୀର ନିକଟରେ ବଡ଼ ପୁଅ ଜାନକୀ ବଲ୍ଲଭ ରାଉତ, ସାନ ପୁଅ ରାମା ବଲ୍ଲଭ ରାଉତ, ଦୁଇ ବୋହୁ, ଚନ୍ଦ୍ରମା ଦେବୀଙ୍କ ଭାଇ ମାଣିତରା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ସରୋଜ କୁମାର ବିଶ୍ବାଳ, ସମସ୍ତ ଝିଅ ଜୋଇଁ, ଭଣଜା ଭାଣିଜୀ, ନାତି ନାତୁଣୀ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ରହିଥିଲେ। ସାନ ପୁଅ ରମା ବଲ୍ଲଭ ମୁଖାଗ୍ନି ଦେଇଥିବା ବେଳେ ଅନ୍ତିମ ସଂସ୍କାର ଗ୍ରାମ ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here