ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ୬୪.୦୪ ପ୍ରତିଶତ ଭୋଟଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।

0
281

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୁଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀ ନିଜର ଦାୟୀତ୍ବ ସଠିକ୍ ରୂପେ ସଂପାଦନ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋରଡା ବ୍ଲକ୍ ଅଞ୍ଚଳର ୩୩୮ ଗୋଟି ପୋଲିଂ ଷ୍ଟେସନର ୧୦୯୦୦୨ ଭୋଟରଙ୍କ ମଧ୍ୟରୁ ୬୨.୦୦ ପ୍ରତିଶତ ଭୋଟଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଠିକ୍ ସେହିଭଳି ରଙ୍ଗେଇଲୁଣ୍ଡା ବ୍ଲକ୍ ର ୪୦୦ ଗୋଟି ପୋଲିଂ ଷ୍ଟେସନ୍ ରେ ୧୪୦୫୨୮ ଭୋଟରଙ୍କ ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟର ଭୋଟ୍ ପ୍ରଦାନ କରିଛନ୍ତି । ସାନଖେମୁଣ୍ଡି ବ୍ଲକ୍ ର ୩୬୭ ପୋଲିଂ ଷ୍ଟେସନ ରେ ୧୩୭୨୩୯ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତ ଭୋଟର ଭୋଟ୍ ପ୍ରଦାନ କରିଛନ୍ତି । ଚିକିଟି ବ୍ଲକ୍ ର ୨୪୬ ଗୋଟି ପୋଲିଂ ଷ୍ଟେସନ ରେ ୯୨୯୩୭ ଭୋଟର ମଧ୍ୟରୁ ୬୫.୩୬ ପ୍ରତିଶତ ଭୋଟର ସେମାନଙ୍କ ଭୋଟ ପ୍ରଦାନ କରିଛନ୍ତି । ଠିକ୍ ସେହିଭଳି ବୁଗୁଡା ବ୍ଲକ୍ ର ୨୮୭ ଗୋଟି ପୋଲିଂ ଷ୍ଟେସନ ରେ ୯୮୩୮୦ ଭୋଟର ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟର ସେମାନଙ୍କ ବହୁମୂଲ୍ୟ ଭୋଟ ପ୍ରଦାନ କରିଛନ୍ତି । ଏହିଭଳି ଜିଲ୍ଲାର ୫ ଗୋଟି ବ୍ଲକ୍ ରେ ସମୁଦାୟ ୫୭୮୦୮୬ ଭୋଟରଙ୍କ ମଧ୍ୟରୁ ୬୪.୦୪ ପ୍ରତିଶତ ଭୋଟ ସଂଗ୍ରହ ହୋଇଅଛି ।

LEAVE A REPLY

Please enter your comment!
Please enter your name here