ଭଞ୍ଜନଗରରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

0
1369

ଭଞ୍ଜନଗର(ନିଲୁ ବିଷୋୟୀ) ପେଟ୍ରୋଲ ଓ ଡିଜେଲ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଡାକରା କ୍ରମେ ଭଞ୍ଜନଗର ଠାରେ ବନ୍ଦ ପାଳିତ ହୋଇଯାଇଛି । ଭଞ୍ଜନଗର କଂଗ୍ରେସ ପକ୍ଷରୁ ନେତା ଓ କର୍ମୀ ମାନେ ଏକାଠି ହୋଇ ସକାଳ ୭ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ବନ୍ଦ କୁ ସଫଳ କରାଇଥିଲେ। ପେଟ୍ରୋଲ ଓ ଡିଜେଲ ଅହେତୁକ ଦରବୃଦ୍ଧି ହେତୁ ସାଧାରଣ ନାଗରିକ ଯେଉଁଭଳି ଆର୍ଥିକ ଲୁଟ ର ଶିକାର ହେଉଛି ତାହା କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବୁଝିବାକୁ ଚାହୁଁ ନାହାନ୍ତି ପେଟ୍ରୋଲ ଓ ଡିଜେଲ,ରନ୍ଧନ ଗ୍ୟାସ ଦରବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର ଦ୍ରବ୍ୟ ର ଦର ବୃଦ୍ଧି ଘଟୁଛି ସାଧାରଣ ଜନତା ଙ୍କ ଉପରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଲୋକେ ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି କଣ ଏହା ଆଚ୍ଛେ ଦିନ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଲୋକ ଙ୍କୁ ଏଥିରୁ ମୁକ୍ତି ଦେବାପାଇଁ ଯଥା ଶୀଘ୍ର କେନ୍ଦ୍ର ସରକାର ତୈଳ ଦର କମାଇବା ପାଇଁ ଓ ରାଜ୍ୟସରକାର ତାଙ୍କ ଟ୍ୟାକ୍ସ କମେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦିଅନ୍ତୁ ନଚେତ ଆଗାମୀ ଦିନରେ କଂଗ୍ରେସ ତରଫରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଭଞ୍ଜନଗର କଂଗ୍ରେସ କହିଛି। କଂଗ୍ରେସ କର୍ମୀ ଓ ନେତା ମାନେ ବୁଲି ବୁଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ସ୍ଲୋଗାନ ଦେଇ ପିକେଟିଂ କରି ଦୋକାନ ବଜାର ବନ୍ଦ,ଗାଡି ମୋଟର ଚଳାଚଳ, ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରଖିବାକୁ ସଚେତନତା କରାଇଥିଲେ। ଜନସାଧାରଣ ଏହି ବନ୍ଦ କୁ ସ୍ଵତପ୍ରବୁତ ଭାବେ ସମର୍ଥନ କରି ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ,ଦୋକାନ ବଜାର ବନ୍ଦ ରହିଥିଲା ରାଜ୍ୟସରକାର ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ,ଦୋକାନ ବଜାର,ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏଥିରେ ରାଜ୍ୟ ପିସିସି କୋର କମିଟି ସଭ୍ୟ ଦେବୀ ବିଷୋୟୀ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ, ବିକ୍ରମ ବିଷୋୟୀ,ରବି ମଲ୍ଲିକ,ସୁଶାନ୍ତ ଦିଗାଲ,ମଣ୍ଟୁ ପ୍ରଧାନ, ଲୋକନାଥ ସେଠି,ସାନୁ ବେହେରା,ଜବାହାରଲାଲ ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ବିନାୟକ ପାଣିଗ୍ରାହୀ, ବାଲ୍ୟ ସେଠି, ସୁକାନ୍ତ ଗୌଡ଼, ରଜନୀ ବିଶ୍ୱାଳ ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ। ବନ୍ଦ ପାଳନ ସମୟରେ ମେଡ଼ିସିନ ଦୋକାନ ସବୁ ଖୋଲା ରହିଥିଲା ।

LEAVE A REPLY

Please enter your comment!
Please enter your name here