ବୋଲେରୋ-ବାଇକ ଧକ୍କା,୩ ଗୁରୁତର

0
305

ମୋହନା(ଅଂଶୁମାନ ପଣ୍ଡା) ମୋହନା- ଅଡବା ଥାନା ଅନ୍ତର୍ଗତ ରାଜନଗଡ଼ ଗ୍ରାମର ବେଞ୍ଜାମି ରଇତ ,ପାଟିପଙ୍କା ଗ୍ରାମର କାନ୍ଦୁରଇତ ଓ ଦିନେଶ ରଇତ ଏକ ବାଇକ ନଂ( ଓଡ଼ି୨୦ ବି୦୩୬୬) ଯୋଗେ ନିଜ ଗ୍ରାମରୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଦୁକୁ ଜ୍ଵର ହୋଇଥିବା ଯୋଗୁଁ ଚିକିତ୍ସା ନିମନ୍ତେ ଯାଇଥିଲେ । ସେଠାରୁ ଚିକିତ୍ସିତ ହୋଇ ତିନିଜଣ ଗ୍ରାମକୁ ଫେରିବା ବେଳେ ବିରିକୋଟ ନିକଟ ଆଶ୍ରୟପୁର ଛକ ନିକଟରେ ଅପର ପାର୍ଶ୍ଵ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି ନଂ(ୟୂକେ୦୮ଟିସି୧୭୪୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା।ବାଇକରେ ଯାଉଥିବା ତିନିଜଣ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ଅଗ୍ନିଶମ ବାହିନୀ ଓ ୧୦୮କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଅଧିକାରୀ ତାରାକାନ୍ତ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ତିନି ଜଣଙ୍କ ମଧ୍ୟରୁ ବେଞ୍ଜାମି ରଇତ ଓ ଦିନେସ ରଇତର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକଲ ପଠାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here