ବୁଗୁଡା ଓ ବାଲିପଦରରେ ଓଡ଼ିଶା ବନ୍ଦ ସଫଳ

0
288

ବୁଗୁଡା(ଅନିଲ କୁମାର ମହାରଣା) ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଅନୁଷ୍ଠିତ ଓଡିଶା ବନ୍ଦ ବୁଗୁଡା ଓ ବାଲିପଦରରେ ସଫଳ ହୋଇଥିବା ଜଣାପଡିଛି। ବୁଗୁଡ଼ାରେ କଂଗ୍ରେସ ନେତା ଜାନକୀ ବଲ୍ଲଭ ରାଉତ, ବିଘ୍ନରାଜ ଦାଶ, ଶଙ୍କର୍ଷଣ ବେହେରା, ସୁଜିତ କୁମାର ସ୍ୱାଇଁ, ସିମାଞ୍ଚଳ ନାୟକ, ଗନ୍ଧର୍ବ ସେଠୀ ପ୍ରଭୃତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆସିକା-କରସିଙ୍ଗି ମୁଖ୍ୟ ରାସ୍ତା ଅବରୋଧ କରି ବନ୍ଦକୁ ସଫଳ କରିଥିଲେ। ସେହିପରି ବାଲିପଦରରେ ବ୍ରହ୍ମାନନ୍ଦ ପାତ୍ର, ଅଜୟ ଜେନା, ସଞ୍ଜୟ ବିଷୋୟୀ, ନନ୍ଦ କିଶୋର ସ୍ଵାଇଁ ପ୍ରଭୃତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ବୃନ୍ଦ ବ୍ୟାଙ୍କ ସମ୍ମୁଖରେ ଓ ମୁଖ୍ୟ ରାସ୍ତାରେ ଧାରଣା ଦେଇ ଅବରୋଧ କରବା ସହ ଜନସାଧାରଣଙ୍କୁ ତୈଳ ଦର ବୃଦ୍ଧି ଯୋଗୁଁ ଦରଦାମ କିପରି ବୃଦ୍ଧି ପାଉଛି ବୁଝାଇଥିଲେ। ବୁଗୁଡା ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here