ବନ ବିଭାଗ ତରଫରୁ ଆୟୋଜିତ ହେଲା ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ

0
311

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା ଅସୁରବନ୍ଧ ଗ୍ରାମ ପଞ୍ଚ।ୟତ ଢେପାପୋଲି ଗ୍ରାମରେ ବନ ବିଭାଗ ଓ ଆରୋଗ୍ୟ ପ୍ଲୁସ ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ସ୍ତାନୀୟ ବନ ବିଭାଗ ଅଧିକାରୀ ଶ୍ରୀ ଲୌମ୍ବଦର ବାସ୍କେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ବନ ବିଭାଗ ତରଫରୁ ବନରଖି ଶ୍ରୀ ପିଣ୍ଟୁ ସେଠୀ ଓ ଜାଇକ ସଂଗଠନର ମହିଳା କର୍ମଚାରୀ ସୁଶ୍ରୀ ଲୀନ ବସନ୍ତି ଲିମାଙ୍କ ସମେତ ସ୍ୱାସ୍ଥ୍ୟ ଯାଞ୍ଚ ଦଳ ତରଫରୁ ଡାକ୍ତର ଶ୍ରୀ ଦେବୀ ପ୍ରସାଦ ପଟନାୟକ, ଫାର୍ମାସିଷ୍ଟ ଶ୍ରୀ ସଞ୍ଜିତ କୁମାର ପାତ୍ର,ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଜୀତା କୁମାରୀ ସାହୁ,ପିଣ୍ଟୁ ନାୟକ, ସୀମାଞ୍ଚଳ ପଳାଇ ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ପାଖାପାଖି 52 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ମାଗଣା ଔଷଧ ଦିଆ ଯାଇଥିଲା । ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଲୋକ ମାନଙ୍କୁ ସରକାରଙ୍କ ଥିବା କୋଭିଡ଼ର ପଞ୍ଚସୂତି ନିୟମ କୁ ପାଳନ କରିବା ପାଇଁ ମଧ୍ୟ ଉପଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here