ବଢୁଥିବା କୋଭିଡ଼ ସଂକ୍ରମଣ କୁ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ

0
423

ଭଞ୍ଜନଗର / କୋରନା ର ଦ୍ୱିତୀୟ ଲହରୀ କୁ ନଜରରେ ରଖି କୋଭିଡ଼ ନିୟମ କଡାକଡି ପାଳନ କରିବା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ଗୁରୁତ୍ୱ। ରୋପ କରାଯାଇଛି। ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ଼ ପାଇଁ ନିଆ ଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଜିଲ୍ଲା କୁ ଆସୁଥିବା ଲୋକ ମାନଙ୍କର ୭୨ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ନେଇଥିବା ଦ୍ୱିତୀୟ ଟୀକାର ପ୍ରମାଣ ପତ୍ର ଦେବାକୁ ପଡିବ। କୋରନା ର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ଙ୍କ ପାଇଁ ପ୍ରତି ବ୍ଲକ ଓ ଏନଏସିରେ ସଂଘରୋଧ କେନ୍ଦ୍ର ପ୍ରସ୍ତୁତ କରାଯିବା ସହ ଉପଖଣ୍ଡ ରେ ଆସିକା ଓ ଭଞ୍ଜନଗର ରେ ୨ଟି DCC କୋଭିଡ଼ ସେଣ୍ଟର କେନ୍ଦ୍ର ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥି ସହିତ ମନ୍ଦିର ମସଜିଦ ଭଳି ଧାର୍ମିକ ଅନୁଷ୍ଠାନ ସହ ବ୍ୟବସାହିକ କ୍ଷେତ୍ର ରେ କୋଭିଡ଼ ଗାଇଡ଼ ଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ କାଯ୍ୟ।ନୁଷ୍ଠାନ ସ୍ୱରପ ସମ୍ପୁକ୍ତ ଅନୁଷ୍ଠାନକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯିବ। ଏଥି ସହିତ ସର୍ବ ସାଧାରଣ ଓ ଯାତ୍ରୀବାହି ବସ ରେ ମାସ୍କ ଚଢ଼ାଉ କୁ ଜୋରଧାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ଼ ନିୟମ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ନିବେଦନ କରିଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here