କ୍ଳଷ୍ଟର ସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

0
321

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଆନୁକୁଲ୍ୟରେ କୋଭିଡ-୧୯ ଗାଇଡ଼ଲାଇନ ମାନି ତିନି ଦିନିଆ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଉଦଯାପନୀ ଉତ୍ସବରେ ସଭାପତିତ୍ୱ କରି କହିଥିଲେ ରକ୍ତ ଅଭାବରୁ ଚିକିତ୍ସା ପାଇଁ ଆମ ଅଞ୍ଚଳରେ କେହି ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ନେଟୱାର୍କ କାମ କରୁଥିବା କଥା ଦର୍ଶାଇ ଥିଲେ। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ ଯୋଗଦେଇ ସମାଜ ସେବାରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଡିଗ୍ରୀ କଲେଜର ଅଧ୍ୟକ୍ଷ ସନାତନ ସାହୁ ଯୋଗଦେଇ ରେଡକ୍ରସର ମାନବୀୟ କାର୍ଯ୍ୟାବଳୀ ଉପରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଯୋଗ ଦେଇ ଯୁବ ସମାଜ ଓ ସଡକ ସୁରକ୍ଷା ସମ୍ପର୍କରେ ଉଦବୋଧନ ଦେଇଥିଲେ l ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ସଡକ ସୁରକ୍ଷା ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ରେଡ଼କ୍ରସ ଇତିହାସ ସମ୍ପର୍କରେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ପ୍ରାଥମିକ ଉପଚାର ସମ୍ଵନ୍ଧରେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଅଧ୍ୟାପକ ହରି ଶଙ୍କର ପାଣ୍ଡେ, ରକ୍ତ ଦାନ ସମ୍ପର୍କରେ ପ୍ରାଧ୍ୟାପକ ଭାସ୍କର ଗୌଡ, ଅଗ୍ନି ନିରାପତ୍ତା ଓ ସୁରକ୍ଷା ସମ୍ପର୍କରେ ଅଗ୍ନିସମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି ଓ ଏଚ୍ ଆଇ ଭି ଏଡସ ସମ୍ପର୍କରେ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ପ୍ରଭୃତି ପ୍ରଶିକ୍ଷକ ମାନେ ସ୍ଵେଚ୍ଛାସେବୀ ମାନଙ୍କୁ ତାଲିମ ଦେଇଥିଲେ। ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ବିଷୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତି ପ୍ରତିଯୋଗିତାର ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିବିର ରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଗୋପାଲ ନାୟକ ଓ ଶୁଭସ୍ମିତା ବେହେରାଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ରକ୍ତ ଦାନ ଓ ସମାଜ ସେବାରେ ଉତ୍ସଗିକୃତ କାର୍ଯ୍ୟ ପାଇଁ ଆଞ୍ଚଳିକ ଡିଗ୍ରୀ କଲେଜର ଯୁବ ପରାମର୍ଶଦାତା ସରୋଜ କୁମାର ନାୟକଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରକୁ ପରିଚାଳନା କରିଥିଲେ ରେଡକ୍ରସ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ମାଣିତରା କଲେଜ କାଉନ୍ସିଲର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ । ଶେଷରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ରେଡକ୍ରସ ପତାକା କୁ ଅବତରଣ କରି ଶିବିର ସମାପ୍ତ ଘୋଷାଣ କରିଥଲେ।

LEAVE A REPLY

Please enter your comment!
Please enter your name here