ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
327

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ଖେଳ ପଡ଼ିଆରେ ମା’ବାଙ୍କେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ବୁଗୁଡା ବ୍ଲକର ଗ୍ରାମାଞ୍ଚଳ କ୍ରିକେଟ ଟିମ୍ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି। ଫେବୃୟାରୀ ୧୩ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବୁବୁଡ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ପାଙ୍ଗିଡି ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ସେଠୀ, ସମାଜସେବୀ ତଥା ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏନ ମଦନ ଦୋରା, ଏସ ଚନ୍ଦ୍ରଶେଖର ରେଡି ଓ ଭରତ ବେହେରା ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚ ଆଦିପୁର ଟିମ୍ ଓ ଝୋଲାରୀ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆଦିପୁର ଟିମ୍ ବିଜୟୀ ହୋଇଥିଲେ। ଅଞ୍ଚଳର ବହୁ ଖେଳ ପ୍ରେମୀ କ୍ରିକେଟ ମ୍ୟାଚ ଦେଖି ଆନନ୍ଦ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here