ଭଞ୍ଜନଗର ବ୍ଳକରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ଅଭିଭାବକ ଓ ଶିକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ

0
367

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଆଜି ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଶିକ୍ଷକଙ୍କ ସମ୍ମିଳନୀ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ପ୍ରସ୍ତୁତି ପ୍ରକାରେ ବି.ଇ.ଓ, ଏ.ବି.ଇ.ଓ, ବି.ଆର୍.ସି.ସି ତଥା ସି.ଆର୍.ସି.ସି ମାନେ ସ୍କୁଲ ପରିଦର୍ଶନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହ ଭାବ ବିନିମୟ କରିବା ସହ ଭଲ ରେଜଲ୍ଟ ପାଇଁ ଟିପ୍ସ ପ୍ରଦାନ କରିଥିଲେ । ବି.ଇ.ଓ ଏସ୍. ଧନଞ୍ଜୟ ଜିଲୁଣ୍ଡି ଏବଂ ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ଏ.ବି.ଇ.ଓ ଜଗବନ୍ଧୁ ଜେନା ଉପାନ୍ତ ଅଞ୍ଚଳରେ ଥିବା ବାଇବାଲି, ଇନ୍ଦାଗଡ( ଡହ) ସହିତ ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନିଜର ମତାମତ ରଖିଥିଲେ । ସେହିପରି ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଗାଲେରୀ,ବ୍ରହ୍ମଣ ପଦର ଏବଂ ତଳଜିବୀକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ଅନ୍ୟତମ ଏ.ବି.ଇ.ଓ ସୂର୍ଯ୍ୟ ନାୟକ ମଧ୍ୟ ତୁରୁମୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଅଭିଭାବକ ମାନଙ୍କୁ ସରକାରୀ ଯୋଜନା ଏବଂ ପରୀକ୍ଷା ଦର୍ପଣ ପୁସ୍ତିକାର ସୁବ୍ୟବହାର କିପରି କରାଯିବ ଜଣାଇବା ସହ ଅଭିପ୍ରେରିତ କରିଥିଲେ । ବ୍ଳକର ସମସ୍ତ ସି.ଆର୍.ସି.ସି ନିଜ ନିଜ କ୍ଳଷ୍ଟର ଉଚ୍ଚ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରି ଏହି ବୈଠକର ତଥ୍ୟ ହାସଲ କରିବା ସହ ମାଟ୍ରିକ ପିଲାଙ୍କ ସଫଳତା ପାଇଁ ପରୀକ୍ଷା ଦର୍ପଣ ବଣ୍ଟନ ଠାରୁ ଆରମ୍ଭ କରି ବର୍ତ୍ତମାନ ଚାଲୁ ରହିଥିବା ଶହେ ଦିନର ପାଠ ପଢା ତଥା କୋଭିଡ ଗାଇଡ ଲାଇନ ମାନି କିପରି ପିଲାଙ୍କୁ ଉତ୍ତମ ପାଠଦାନ କରାଯିବ ଏବଂ ଘରେ ଏଥିପାଇଁ ପିତାମାତା କିପରି ଯତ୍ନବାନ ହେବେ ସେ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ମୋ ସ୍କୁଲ ଯୋଜନା ସମ୍ବନ୍ଧରେ ସଂକ୍ଷେପ ବର୍ଣ୍ଣନା କରିବା ସହ ପିଲାଙ୍କୁ ମିଳିଥିବା ପରୀକ୍ଷା ଦର୍ପଣ ପୁସ୍ତିକାର ସଫଳ ଉପଯୋଗ କରିବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ ଗାଇଡ ଲାଇନ ମାନି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହ ପିଲାଙ୍କୁ ଏ ବର୍ଷ ଶତ ପ୍ରତିଶତ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସମସ୍ତ ବ୍ଳକ ସ୍ତରୀୟ ଶିକ୍ଷା ଅଧିକାରୀ ଏହି ଅବସରରେ ସମସ୍ତଙ୍କୁ କହିଥିଲେ । ଆଜିର ଏହି ବୈଠକ ଜିରୋ ଫେଲ ମିଶନ କୁ ସଫଳ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସମସ୍ତ ଉଚ୍ଚ ବିଦ୍ୟାଳୟରେ ବହୁ ସଂଖ୍ୟକ ଅଭିଭାବକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here