ସୋରଡା ରାସ୍ତା ଉପରୁ ହଟିଲେ ଗାଈ

0
321

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା ରେ ସୋରଡା ପୌରପରିଷଦ ତରଫରୁ ଆଜି ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଗୁଡ଼ାଏ ଗୃହପାଳିତ ପଶୁ (ଗାଈ)ରାସ୍ତା ଉପରେ ଦେଖିବାକୁ ମିଳୁଥିଲା । ଏହିପରି ରାସ୍ତା ଉପରେ ଗାଈ ମାନେ ଏଣେତେଣେ ବୁଲିବା ଦ୍ୱାରା କିଛି କିଛି ଯାନବାହନ ଦୁର୍ଘଟଣା ହେଉଥିବା ଦେଖିବାକୁ ମଧ୍ୟ ମିଳିଛି । ଏହିପରି ପରିସ୍ଥିତି କୁ ସ୍ଥାନୀୟ ପୌରପରିଷଦ ଦେଖିବା ପରେ ସ୍ଥାନୀୟ ଜନତାଙ୍କୁ ନିଜ ଗୃହପାଳିତ ପଶୁ ମାନଙ୍କୁ ଘରେ ରଖିବେ ଏବଂ ବାହାରକୁ ନଛାଡିବା ପାଇଁ ପ୍ରଚାର ଓ ନିର୍ଦ୍ଧେଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ଉକ୍ତ ନିୟମକୁ ଉଲଂଘନ କରେ ତାହାହେଲେ ସେହି ଗୃହପାଳିତ ପଶୁକୁ ନିଜ ଆୟତ୍ତକୁ ନେବେ ଏବଂ ଉକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ ମଧ୍ୟ କରାଯିବ । ଏହି ପରିପେକ୍ଷିରେ ଆଜି ସୋରଡା ଅଞ୍ଚଳରୁ ମୋଟ ଚାଳିଶି ଗୋଟି ଗାଈ କୁ ରାସ୍ତା ଉପରୁ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here