ନିର୍ମାଣଧିନ ଜଳ ପ୍ରକଳ୍ପ ଅଚଳ,ପିଇବା ପାଣିର ସମସ୍ୟା ଘେରରେ ଗ୍ରାମବାସୀ

0
261

ଧରାକୋଟ(କାଳୁ ଚରଣ ମହାପାତ୍ର)କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ।ଗ୍ରାମରେ ସୋଲାର ସେଲ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପ ଏବେ ପାଲଟିଛି ପରା କାଉ ଙ୍କ ବାସସ୍ଥଳୀ।ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି ଗ୍ରାମରେ ଥିବା ଦୁଇ ଦୁଇଟି ନଳ କୂପ।ଗ୍ରାମଠାରୁ ଦୂରରେ ଥିବା ନଳକୂପ ଉପରେ ନିର୍ଭର ପାଖାପାଖି 100 ପରିବାର।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ତାଳପାଟଣା ଗ୍ରାମରେ।ଗ୍ରାମର 100ରୁ ଉଦ୍ଧ ପରିବାରର ବର୍ତ୍ତମାନ ମୁଖ୍ୟ ସମସ୍ୟା ପାନୀୟ ଜଳ।ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଟି ଦୀର୍ଘ 3 ବର୍ଷ ହେବ ଅଚଳ ହୋଇଯାଇଥିବା ବେଳେ,ନଳକୂପ ଦୁଇଟି ମଧ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି।ଫଳରେ ଗ୍ରାମର ଲୋକେ ଏବେ ପାନୀୟ ଜଳ ପାଇଁ ଗ୍ରାମଠାରୁ ଦୂରରେ ଥିବା ଏକ ନଳକୂପ ଉପରେ ନିର୍ଭରଶୀଳ।କିନ୍ତୁ ସେହି ନଳକୂପ ଚାରିପଟେ ମଧ୍ୟ ଅପରିଷ୍କାର ଜଳ ଜମାହୋଇ ରହୁଛି।ତଥାପି ଲୋକେ ବାଧ୍ୟ ହୋଇ ସେଠାରୁ ପାଣିକ ଆଣି ବ୍ୟବହାର କରିଥାନ୍ତି।ପୁଣି ଗ୍ରାମ ଠାରୁ ଦୂରରେ ଥିବା ସେହି ନଳକୂପଟି ଯଦି କେବେ ଅଚଳ ହୋଇ ଯାଏ ତେବେ ଲୋକେ ନଦୀର ପାଣିକୁ ଚୁଆ କରି ଆଣି ବ୍ୟବହାର କରିଥାନ୍ତି।ଗ୍ରାମ ଠାରୁ ଦୂରରେ ଥିବା ନଳକୂପରୁ ମଧ୍ୟ ଲୋକେ ବିପଦ ସଙ୍କୁଳ ଅଵସ୍ଥାରେ ଜଳ ଆଣିଥାନ୍ତି।କାରଣ ନଳକୂପ ଟି ଜାତୀୟରାଜପଥ 59 ସେପଟେ ରହିଛି ତେଣୁ ଗ୍ରାମର ସ୍ତ୍ରୀ ଲୋକ ପାଣି ଆଣିବାକୁ ଗଲେ କେହି ଜଣେ ପୁରୁଷ ରାସ୍ତାରେ ଯାନବାହନର ଗତି ପଥକୁ ନଜର ରଖିବାକୁ ପଡେ।ଗ୍ରାମର ଏହି ପାନୀୟ ଜଳ ସମସ୍ୟା ବିଷୟରେ ବହୁବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଗ୍ରାମର ଜଳ ଯନ୍ତ୍ରଣାରୁ ମୁକ୍ତି ପାଇଁ ଗ୍ରାମବାସୀ ଆମ ନ୍ୟୁଜ ଏକ୍ସଟ୍ରା ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରିଛନ୍ତି।ଗ୍ରାମର ଏହି ଜଳ ସମସ୍ୟା ନେଇ ଆମେ ଧରାକୋଟ BDOଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ଯଥା ଶୀଘ୍ର ଏହାର ସମାଧାନ କରିବା ପାଇଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here