ନାଟକ ଏକାଡେମୀ ତରଫରୁ ସନ୍ୟାସୀ ମହାରଣାଙ୍କୁ ମିଳିଲା ୨୦୨୧ ମସିହାର ରଙ୍ଗମଞ୍ଚ ସମ୍ମାନ

0
276

ବ୍ରହ୍ମପୁର() ନାଟକ ଏକାଡେମୀ ତରଫରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ପ୍ରଯୋଜକ ନିର୍ଦ୍ଦେଶକ ସନ୍ୟାସୀ ମହରଣା ଚଳିତ ୨୦୨୧ ମସିହା ପାଇଁ ପାଇଲେ ରଙ୍ଗମଞ୍ଚ ସମ୍ମାନ। କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ପାଇଁ ସନ୍ୟାସୀ ମହାରଣା ନିର୍ମାଣ କରିଥିଲେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର। ସେହି ଚଳଚ୍ଚିତ୍ର ସବୁ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ବହୁ ପ୍ରଶଂସା ସାଉଁଟି ଥିଲା। ତଥା ଗଞ୍ଜାମ ଏବଂ ବ୍ରହ୍ମପୁର ମାଟି ପାଇଁ ବିଶ୍ୱସ୍ତରୀୟ ଏକ ନୂତନ ଉପଲବ୍ଧି ଆଣିଦେଇଥିଲା।ଯେତେବେଳେ କଳାକାର ସଂଘର୍ଷ କରୁଥିଲେ ସେତେ ଏଭଳି ଜଣେ ଉଦ୍ୟମି ଯୁବଙ୍କର ପ୍ରଚେଷ୍ଟା ଏବଂ କଳା ପ୍ରତି ସମର୍ପଣକୁ ସମ୍ମାନ ଜଣାଇ। ନାଟକ ଏକାଡେମୀ ତରଫରୁ ଅନୁଷ୍ଠାନର ସଭାପତି ନାଟ୍ୟ ପ୍ରଦୀପ ମଦନ ମିଶ୍ର ଏବଂ ସମ୍ପାଦକ ନାଟ୍ୟ ମହାରଥୀ ଲିଙ୍ଗରାଜ ନାହାକ, ସଙ୍ଗୀତ ନାଟକ ଏକାଡେମୀର ରାଜ୍ୟ ସଦଶ୍ୟ ଅନୀଲ କୁମାର ପାତ୍ର ଏବଂ ଅନୁଷ୍ଠାନ ଶ୍ରୀ ମହାରଣାଙ୍କୁ ଚଳିତ ବର୍ଷର ଗୌରବମୟ ରଙ୍ଗମଞ୍ଚ ସମ୍ମାନ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here