ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
331

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ, ଜାତୀୟ ସେବା ଯୋଜନା ଶାଖା-୧ ତରଫରୁ  ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ତମ ଜନ୍ମ ଜୟନ୍ତୀ ଅବସରରେ କଲେଜ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଉଦଘାଟନ କରିବା ସଙ୍ଗେ ସଙ୍ଗେ ସଭାରେ ସଭାପତିତ୍ଵ କରିଥିଲେ । ପ୍ରାଧ୍ୟାପକ ଡଃ ଜୟ ଦେବ ଗୌଡ ଯୋଗ ଦେଇ ପଟେଲଙ୍କ ରାଜନୈତିକ ଜୀବନୀ ଉପରେ ସ୍ଵେଚ୍ଛାସେବୀ ମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ସ୍ଵେଚ୍ଛାସେବୀ ଉପସ୍ଥିତ ରହିଥିଲେ । ସ୍ଵେଚ୍ଛାସେବୀ ଅଶୋକ କୁମାର ବାରିକ, ଫକିର୍ ମୋହନ ସେନାପତି ଓ ଅବିନାଶ ଡାକୁଆ ପଟେଲଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁନିରକାନ୍ତ ମିଶ୍ର ସଭାର ଉଦ୍ଧେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଦଳାଇ ଓ ସରୋଜ କୁମାର ନାୟକ ସହଯୋଗ ଓ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here