ସ୍ଥାନୀୟ ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ଶାଳିଆ ଡ୍ୟାମରେ ସଫେଇ କାର୍ଯ୍ୟକ୍ରମ ୧୦ ବ୍ୟାଗ୍ କାଚ ବୋତଲ ସଂଗୃହିତ

0
145

ବେଗୁନିଆପଡା: ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି l ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ । ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନ କୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି । ଗମନାଗମନ ର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ l ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ l ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି l ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଆଜି ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ପରବର୍ତ୍ତୀ କାର୍ଯ୍ୟକ୍ରମ ରେ ଆହୁରି ସଫା କରିବା ସହ ଡିସ୍ପୋଜ କରିବେ ବୋଲି କହିଛନ୍ତି l ଏଥିରେ ଗୌତମ ସ୍ୱାଇଁ, ଅମୀୟ ପଣ୍ଡା ,ପ୍ରିୟବ୍ରତ ଜେନା ,ଅଜୟ ସ୍ୱାଇଁ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀ ଙ୍କୁ ମଧ୍ଯ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି l

LEAVE A REPLY

Please enter your comment!
Please enter your name here