କୋଷାଗୁମୁଡା ବ୍ଲକର ସାମ୍ବାଦିକଙ୍କ ଜରୁରୀ ବୈଠକ

0
324

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ସାମ୍ବାଦିକଙ୍କ ଏକ ଜରୁରୀକାଳୀନ ବୈଠକ କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଷାଗୁମୁଡା ବ୍ଲକ ର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କେତେକ ଅଣ ସାମ୍ବାଦିକ କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ କୁ ଯାଇ ନିଜେ ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ହଇରାଣ କରୁଥିବା ଅଭିଯୋଗ ବିଭିନ୍ନ ମହଲରୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କୋଷାଗୁମୁଡା ବ୍ଲକ ସ୍ଥରୀୟ ଏକ ପ୍ରେସ କ୍ଲୋବ ଗଠନ କରି ପଞ୍ଜିକରଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ କୋଷାଗୁମୁଡା ବ୍ଲକର ସାମ୍ବାଦିକ ସନ୍ତୋଷ କୁମାର , ଯୋଗେନ୍ଦ୍ର ପ୍ରସାଦ ମହାନ୍ତି , ବିଶ୍ଵନାଥ ବିଶୋଇ , ବବୃବାନ ସିଂ, ବାବୁଲି ଗଣ୍ଡା , ପ୍ରସାଦ ବିଶୋଇ , ଦୟାରାମ ପନକା ଯୋଗଦେଇ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here