ଉପୋଲଡା ଛକ ନିକଟରେ ଚାଷୀମାନଙ୍କ ରାସ୍ତାରୋକ

0
263

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଗୁଷାଣିବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ସ୍ଥିତ ଉପଲଡା ଛକ ନିକଟରେ ଲିଙ୍ଗିପୁରୁ ଗ୍ରାମର କିଛି ଚାଷୀ ସେମାନଙ୍କର ଧାନ ମିଲର ନେଉନଥିବାରୁ ସେହି ଅଞ୍ଚଳର ଚାଷୀମାନେ ଉତ୍ତ୍ୟକ୍ତ ହୋଇ ସେଠାକାର ମୁଖ୍ୟ ଅବରୋଧ କରି ସେଠାରେ ରାସ୍ତାରୋକ କରିଥିଲେ । ଫଳରେ ଅନେକ ସମୟ ଧରି ପାରଳାଖେମୁଣ୍ଡି ରୁ ବ୍ରହ୍ମପୁର, ମୋହନା, ରାମଗିରି ପ୍ରଭୁତି ଅଞ୍ଚଳକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେଠାକାର ଉତ୍ତେଜନା ସୁଣି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିଲେ ଉତ୍ତ୍ୟକ୍ତ ଚାଷୀଙ୍କୁ ରାସ୍ତା ରୋକରୁ ହଟାଇବା ସହ ମିଲରଙ୍କ ସହ ଚାଷୀଙ୍କୁ କଥା ବାର୍ତ୍ତା କରାଇବାରୁ ରାସ୍ତାରୋକ ହଟିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଲିଙ୍ଗିପୁରୁ ଗ୍ରାମର କିଛି ଚାଷୀ ଉପଲଡା ସୋସାଇଟି ର ସମ୍ପାଦକ କହିବା ଅନୁସାରେ ଧାନ ସ୍ବତନ୍ତ୍ର ଗାଡ଼ି ଯୋଗେ ମିଲ ନିକଟକୁ ଆଣି ଗତ ତିନିଦିନ ହେଲା ଅପେକ୍ଷା କରିବା ପରେ ମଧ୍ୟ ମିଲର ଧାନ ନ ରଖିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିବା ଚାଷୀମାନଙ୍କ ନିକଟରୁ ସୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here