କୋଷାଗୁମୁଡା ପୁଲିସ ପକ୍ଷରୁ ଗଞ୍ଜେଇ ଜବତ,୩ ଗିରଫ

0
403

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୁଲିସକୁ ଏକ ବଡ଼ ସଫଳତା ମିଳିଛି , ଗାଡି ଯାଞ୍ଚ କରିବା ସମୟରେ ଏକ କାର ରୁ ପ୍ରାୟ ୭୮ କେଜି ଗଞ୍ଜେଇକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ପୁଲିସ ଫଟକିକୁମି ନିକଟରେ ଗାଡି ଯାଞ୍ଚ କରିବା ସମୟରେ ଏକ ଧଳା ରଙ୍ଗର ମରୁତି ସୁଜୁକି ବ୍ରେଜା କାର କୁ ଅଟକାଇଥିଲା ପୁଲିସ । ଉକ୍ତ କାରକୁ ଯାଞ୍ଚ କରିବାରୁ ସେଥିରୁ ପ୍ରାୟ ୭୮ କେଜି ୪ ଶହ ଗ୍ରାମ ଓଜନର ଗଞ୍ଜେଇକୁ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶ ରାଜ୍ୟ ରାଇବେଲି ଜିଲ୍ଲା ଅନ୍ତର୍ଗତ ହରଦାଶପୁର ଅଞ୍ଚଳର ସତ୍ୟନ୍ଦ୍ର ରାଵତ , ରାଜେନ୍ଦ୍ର କୁମାର ଓ ରାଜୁ ରାଵତ ଙ୍କୁ ଗରିଫ କରି ତାଙ୍କ ଠାରୁ ନଗଦ ୧୨ ଶହ ଟଙ୍କା , ୩ଟି ମୋବାଇଲ ଫୋନ କୁ ଓ ବ୍ୟହୃତ କାରକୁ ପୁଲିସ ଜବତ କରିଥିବା ସୂଚନା ଦେଇଛି । କୋଷାଗୁମୁଡା ଥାନା ଏସ.ଆଇ ଏସ.ପି. ଭୋଇ ଓ ଏସ.ଆଇ ଏସ.ବି. ମଙ୍ଗରାଜ ତଦନ୍ତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here