କୁକୁଡାଖଣ୍ଡି ପ୍ରାଣୀ ଚିକିତ୍ସାଳୟରେ ତାଲା, ଚାଲିଗଲା ଅସହାୟର ଜୀବନ

0
283

କୁକୁଡାଖଣ୍ଡି() କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ମାଙ୍କଡ଼ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ବରଣ କରିଛି। ଖବରରୁ ପ୍ରକାଶ ଯେ, ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମାଙ୍କଡକୁ କିଛି ସ୍ଵେଛାସେବୀ ଉଦ୍ଧାର କରି ସ୍ତାନୀୟ ପଶୁ ଚିକିତ୍ସା ଳୟକୁ ଖବର ଦେଇଥିଲେ କିନ୍ତୁ ସେଠାକାର ପଶୁ ଚିକିତ୍ସାଳୟର କୌଣସି କର୍ମଚାରୀ ଉପସ୍ଥିତ ନଥିଲେ ଏବଂ ତାଲା ପଡ଼ିଥିବା ରୁ ଉକ୍ତ କାର୍ଯ୍ୟ ରେ ନିୟୋଜିତ ଥିବା ସ୍ବେଚ୍ଛାସେବୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ସଂଗେ ସଂଗେ ଏହାକୁ ଅତି ଗମ୍ଭୀରତା ସହ ନେଇ ସିଡିଭିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଫୋନ୍ ମାଧ୍ୟମରେ ଚେଷ୍ଟା କରଯାଇଥିଲା କିନ୍ତୁ କୌଣସି ପ୍ରତିକାର ହୋଇନଥିଲା ।ଏହା ପରେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ସେମାନଙ୍କ କୁକୁଡାଖଣ୍ଡି ଠାରେ କୌଣସି କାର୍ଯ୍ୟଳୟ ନଥିବାରୁ ବନ ବିଭାଗ କର୍ମଚାରୀ ହିଞ୍ଜିଳିକାଟୁରୁ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ କିନ୍ତୁ ସେମାନଙ୍କ ଆସିବା ବିଳମ୍ବ କାରଣରୁ ମାଙ୍କଡକୁ ବଞ୍ଚାଇବା ସମ୍ବବ ହୋଇପାରିନଥିଲା। ଫଳରେ ନୀରିହ ପଶୁର ଜୀବନ ଚାଲିଗଲା। ବ୍ରହ୍ମପୁର ମହାନଗର କୁ ଛାଡିଲେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା ଫଳରେ ନିରୀହ ପଶୁଙ୍କ ଜୀବନ ଚାଲିଯାଉଛି । ଏଥିପାଇଁ ଦାୟୀ କିଏ ? ।

LEAVE A REPLY

Please enter your comment!
Please enter your name here