ବୁଢ଼ୀ ଘାଟି ଜଙ୍ଗଲରେ ନିଆଁ, ନିଆଁ କୁ ଆୟତ୍ତ କଲା ବନ ବିଭାଗ

0
288

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଖଲ୍ଲିକୋଟ ରେଞ୍ଜ ସୁମଣ୍ଡଳ ବନ ବିଭାଗ ଅନ୍ତର୍ଗତ ବୁଢ଼ୀ ଘାଟି ଜଙ୍ଗଲ ରେ ଅଚାନକ ନିଆଁ ଲାଗି ପ୍ରାୟ ଏକ ହେକ୍ଟର ରୁ ଉର୍ଦ୍ଧ ଜାଗାରେ ନିଆଁ ଲାଗିଯାଇଛି | ସୂଚନା ଅନୁଯାୟୀ ସେହି ଜଙ୍ଗଲ ପାଖରେ ଥିବା ଡ଼ାଳୁଆ ଠାକୁରାଣୀ ଙ୍କ ପୀଠରେ କିଛି ଅଜଣା ଲୋକ ଭୋଜି କରିବା ନିଆଁ ଲିଭାଇ ନଥିଲେ |ପରେ ସେଠାରୁ ନିଆଁ ଲାଗିଥିବା ଅନୁମାନ କରୁଛି ବନ ବିଭାଗ | ସୁମଣ୍ଡଳ ବନ ବିଭାଗର ବନପାଳ ଜିତେନ୍ଦ୍ର କୁମାର ରାଉତ ଏ ନେଇ ଅବଗତ ହେବା ପରେ ତତକ୍ଷଣାତ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କୁ ଆଣିଥିଲେ | ଏଥିରେ କୌଣସି ନାମୀ ଗଛ କ୍ଷତି ହୋଇନଥିବା କହିଛନ୍ତି ଶ୍ରୀ ରାଉତ | ନିଆଁ ଲିଭା ରେ ବନରକ୍ଷୀ ସୁଦାମ ଚରଣ ଦଳେଇ, ସୁଜାତା ସାହୁ,ଏସ ପି ଏସ ସ୍କ୍ୱାଡ଼ ପ୍ରମୁଖ ସହଯୋଗ କରିଥିଲେ |ଘଟଣା ସମ୍ପର୍କରେ ଲେଖା ଯିବା ବେଳକୁ ନିଆଁ କେଉଁ କାରଣ ରୁ ଲାଗିଲା ସେ ନେଇ ତଦନ୍ତ କରୁଛନ୍ତି ବନ ବିଭାଗ କର୍ମଚାରୀ |

LEAVE A REPLY

Please enter your comment!
Please enter your name here