ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଦାବୀ ପତ୍ର ପ୍ରଦାନ

0
175

ଛତ୍ରପୁର: ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ସ୍କୁଲ ଗୁଡିକର ଭିତିଭୂମି ବିକାଶ ୫ଟି ରୁପାନ୍ତିକରଣରେ ସଜାଡୁଥିବା ବେଳେ। ଅନେକ ସ୍କୁଲରେ ଶିକ୍ଷକ ମରୁଡି ଦେଖିବାକୁ ମିଳୁଛି। କେଉଁଠି କେଉଁଠି ଶିକ୍ଷକମାନଙ୍କ ଉପରେ ଉପରସ୍ଥ ଅଧିକାରୀମାନଙ୍କ ଅଙ୍କୁଶ ନଥିବା ହେତୁ ବିଭିନ୍ନ ଆଳ ଦେଖାଇ ନିଜ ଇଚ୍ଛା ମୁତାବକ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି। ହେଲେ ରାଜ୍ୟ ରାଜକୋଷରୁ ମୋଟା ଅଙ୍କରେ ଟଙ୍କା ନେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ ଜଣ। ୪ ଜଣ ଶିକ୍ଷକ ଆବଶ୍ୟକ ସ୍ଥଳେ ଅଛନ୍ତି ୩, ହେଲେ ଜଣେ ଶିକ୍ଷକ ଦୀର୍ଘ ଦିନ ହେଲା ଅସୁସ୍ଥତା କାରଣ ଯୋଗୁଁ ଆସୁ ନାହାନ୍ତି। ଆଉ ଜଣେ ଶିକ୍ଷୟିତ୍ରୀ ସେ ବିଭିନ୍ନ ତାଲିମର ଆଳ ଦେଖାଇ ଅଧିକାଂଶ ଦିନ ସ୍କୁଲ ଆସନ୍ତି ନାହିଁ ‌ । ଆଉ ମାତ୍ର ଜଣେ ପ୍ରଧାନ ଶିକ୍ଷକ ଅଫିସ କାମ ସମ୍ଭାଳିବା ସହ ୮ଟି ଶ୍ରେଣୀର ପାଠପଢ଼ା ଦାୟୀତ୍ବ ନିର୍ବାହ କରୁଛନ୍ତି। ଯଦି ଯେଉଁ ଦିନ ପ୍ରଧାନ ଶିକ୍ଷକଙ୍କ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କୌଣସି ଅଫିସ କାର୍ଯ୍ୟ ପଡ଼ିଲେ ସେ ଅନୁପସ୍ଥିତ ରୁହନ୍ତି, ସେ ଦିନ ପାଚିକାମାନଙ୍କ ଦ୍ଵାରା ସ୍କୁଲ ପରିଚାଳନା ହେଉଅଛି। ଯାହା ଫଳରେ କି ଗ୍ରାମର କୋମଳମତୀ ଛାତ୍ରଛାତ୍ରୀମାନେ ଶିକ୍ଷାଧିକାରରୁ ବଞ୍ଚିତ ହୋଇ ସେମାନଙ୍କ ଭବିଷ୍ୟତ ନଷ୍ଟ ହେଉଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ‌ । ଏଣୁ ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବି ନେଇ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here