ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ; ବେପରୁଆ ଗାଡି ଚାଳକ ମାନଙ୍କୁ ତ୍ରାହି ନାହିଁ

0
417

ଭଞ୍ଜନଗର (ନିଲୁ ବିଷୋୟୀ) ଯଦି ଆପଣ ବାଇକ ଧରି ଘରୁ ବାହାରୁଛନ୍ତି ତେବେ ହେଲମେଟ ପିନ୍ଧିବାକୁ ଭୁଲିବେନି । ଯଦି ସାଙ୍ଗରେ ଅନ୍ୟ କାହାକୁ ବସେଇଛନ୍ତି ତେବେ ତାଙ୍କୁ ମଧ୍ୟ ମୁଣ୍ଡରେ ହେଲମେଟ ଲଗେଇବାକୁ ପଡିବ । ନହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଋଦ୍ଧ ସହ ଜୋରିମାନା କିମ୍ବା ଜେଲ ଯିବାକୁ ମଧ୍ୟ ପଡିପାରେ । ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବେପରୁଆ ଗାଡି ଚାଳନା, ମଦ ପିଇ ଗାଡି ଚଳେଇବା, ଖାଲାସାହି ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା, ରାସ୍ତାରେ ବେଆଇନ ଭାବେ ବାଲି, ଗୋଡି ପକେଇବା ସମେତ ଅନ୍ୟାନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ ଏହି ନିୟମକୁ କଡାକଡି ପାଳନ ନିମନ୍ତେ ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଦୁର୍ଘଟଣାଟଣା ଗସ୍ତ ବ୍ୟକ୍ତିକୁ ବିନା ସଂକୋଚରେ ଡାକ୍ତରଖାନାକୁ ପହଂଚେଇବା କୁହାଯାଇଛି। ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ମେଡ଼ିକାଲ ରେ ପହଞ୍ଚାଇଲେ କୌଣସି ପ୍ରକାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବରଂ ପୁରସ୍କାର ରାଶି 2 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଧୁ ରଞ୍ଜନ ରାୟ କହିଛନ୍ତି। ଦୁଇ ଚକିଆ 50, ଚାରିଚକିଆ 80 ଏବଂ ଭାରି ଜାନ ଗୁଡିକ 60 ସ୍ପୀଡ଼ ରୁ ଅଧିକ ଚଳେଇ ପାରିବେନି । ଚଳିତ ମାର୍ଚ୍ଚ 1 ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟାଳୟ କର୍ମଚାରୀ ଏବଂ କାର୍ଯ୍ୟାଳୟ କୁ ଆସୁଥିବା ଜନସାଧାରଣ ବିନା ହେଲମେଟ ରେ କାର୍ଯ୍ୟାଳୟକୁ ଆସିପାରିବେ ନାହିଁ । ରୋଡ ସେଫଟି ନିୟମ ଙ୍କୁ କଡାକଡି ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଛନ୍ତି । ଚଳିତ ବର୍ଷ 32 ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଞ୍ଜନଗର ସାମ୍ବାଦିକ ସଂଘ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହେଣ୍ଡ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥୀ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ଭାରପ୍ରାପ୍ତ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସମାଜସେବୀ ଶୁଳପାଣି ଶତପଥୀ, ଏନଏଚ ଅଧିକାରୀ, ପେଟ୍ରୋଲ ପମ୍ପ ମାଲିକ, ବସ ଓ ଅଟୋ ସଂଘର କର୍ମକର୍ତ୍ତା ମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here