ନାଟକ ଏକାଡେମୀର ନାଟକ”ଧର୍ମପୁତ୍ର”ମଞ୍ଚସ୍ଥ

0
266

ବ୍ରହ୍ମପୁର() ନାଟକ ଏକାଡେମୀର ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ ନାଟ୍ୟମହାରଥୀ ଲିଙ୍ଗରାଜ ନାହାକଙ୍କ ନାଟକ “ଧର୍ମପୁତ୍ର”ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟପ୍ରଦୀପ ମଦନ ମିଶ୍ର ଏହାର ନିର୍ଦେଶନା ଦେଇଥିବା ବେଳେ କାହ୍ନୁ ମହାପାତ୍ର ସଙ୍ଗୀତ, ପ୍ରମୋଦ କୁମାର ନାହାକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ lବିଭିନ୍ନ ଭୂମିକାରେ ପ୍ରୀତି ରଞ୍ଜନ, ମଧୁସୂଦନ, ଅମିତ, ବଳରାମ,ରବି, ଅଭିମନ୍ୟୁ,ମିଲୁ,ଆରତୀ ଓ ଶିଶୁ କଳାକାର ଓମ୍ ପ୍ରକାଶ ଅଭିନୟ କରିଥିଲେ lଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଅନୀଳ କୁମାର ପାତ୍ର ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଏକାଡେମୀ ସଭାପତି ମଦନ ମିଶ୍ର ପୌାରହିତ କରିଥିବା ବେଳେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣ ଓଡ଼ିଶା ମଞ୍ଚ କଳାକାର ସମ୍ମିଳନୀ ସଭାପତି ବଳରାମ ଦାସ ଓ ନାଟ୍ୟଶ୍ରୀ ଫାଉଣ୍ଡେସନ ସଭାପତି ଭବାନୀ ଶଙ୍କର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ।ଏହି ଅବସରରେ ପ୍ରାବନ୍ଧିକ ଡକ୍ଟର ସୀମଞ୍ଚଳ ପ୍ରଧାନ, ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ସନ୍ନ୍ୟାସୀ ମହାରଣା, ଲୋକନାଟ୍ୟ ଗବେଷକ ପ୍ରମୋଦ କୁମାର ନାହାକଙ୍କୁ “ରଙ୍ଗମଞ୍ଚ ସମ୍ମାନ-୨୦୨୧”ପ୍ରଦାନ କରାଯାଇ ଥିଲା। ଲିଙ୍ଗରାଜ ନାହାକ ଙ୍କ”ଶେଷ ଆଶା ଓ ଅନ୍ୟାନ୍ୟ ନାଟକ”ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ l “ଧର୍ମପୁତ୍ର”ଏକ ଭିନ୍ନ ସ୍ୱାଦର ନାଟକ… ଏହି ନାଟକର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ନାଟକଟି ଭାବମୟ କରିବା ପାଇଁ ପାରମ୍ପରିକ ଲୋକନାଟକ “ପ୍ରହଲ୍ଲାଦ ନାଟକ”ର ପ୍ରସଙ୍ଗ ବିଚିତ୍ର ଭାବେ ସଂଯୋଜିତ ହୋଇ ନାଟକୀୟ ଗତି, ପ୍ରବାହ ଓ ପରିଣତିକୁ ସୁନ୍ଦର ଓ ସଫଳ ଭାବେ ନିୟନ୍ତ୍ରଣ କରିଛି। ଫଳରେ ଏହା ସାମ୍ପ୍ରତିକ ନାଟ୍ୟ ଧାରକୁ ଲୋକାଭିମୁଖୀ କରିପାରି ଥିଲା। ଶଙ୍କର୍ଷଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here