କୋଷାଗୁମୁଡା ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

0
426

କୋଷାଗୁମୁଡା ( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସନ୍ନମାନୀୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ସ୍ୱାଇଁ , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି , ଭି. ପ୍ରସାଦ ରାଓ , ବ୍ଲକ ଅଧକ୍ଷା ଗୀତାମଣି ସମରଥ , ବ୍ଲକ ଉପାଧ୍ୟକ୍ଷ ପଦ୍ମସାଇ ମାଳି , ବିଡ଼ିଓ , ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ୧୧ ଟି ପଞ୍ଚାୟତ ର ମୋଟ ୨୨୮ଜଣଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୧୧ଟି ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସାଂସଦ ଓ ବିଧାୟକ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଡାକ୍ତର ସମସ୍ୟା ଓ ରୋଗୀ ଶଯ୍ୟା ବୃଦ୍ଧି ପାଇଁ ଅଞ୍ଚଳବାସୀ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here