ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0
377

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ପି. ନୂଆଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ  ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏବଂ ସେବା ସପ୍ତାହ ଅବସରରେ ବିଜେପି ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି   ।ଏହି ଶିବିରରେ ୩୧ ଜଣ ରକ୍ତଦାନ କରିଥିବା ବେଳେ ଏହି ଶିବିରକୁ  ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଅରୁଣ କୁମାର ପଣ୍ଡା ଉଦଘାଟନ କରିଥିଲେ।  ଏହି ଶିବିରରେ ପୂର୍ବତନ ବିଜେପି ଜିଲ୍ଳା ସମ୍ପାଦକ ରବୀନ୍ଦ୍ରନାଥ ମିସ୍ତ୍ରୀ, ଅଙ୍ଗାରଗାଁ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଚନ୍ଦ୍ରମୋହନ ଜେନା, କୃଷକ ମୋର୍ଚ୍ଚା ସଭାପତି ରାମକୃଷ୍ଣ ଜେନା, ସୁଶାନ୍ତ କୁମାର ଜେନା, ପୂର୍ବତନ ମଣ୍ଡଳ ସଭାପତି ସତ୍ୟବାଦୀ ସାହୁ, ନୀଳମାଧବ ସ୍ଵାଇଁ, ମକରା ପ୍ରଧାନ, କାର୍ତ୍ତିକ ପ୍ରଧାନ ଙ୍କ ସମେତ ବହୁ ଯୁବ ଗୋଷ୍ଠୀ ଏବଂ ବିଜେପି ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ lଚନ୍ଦ୍ରମୋହନ ଜେନା ଙ୍କ  ସଂଯୋଜନାରେ ଏହି ଶିବିରରେ ୩୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ  l ବ୍ରହ୍ମପୁର ସ୍ଥିତ ରକ୍ତ ଭଣ୍ଡାର ପକ୍ଷରୁ ବସନ୍ତ କୁମାର ବେହେରା, ଦିବାକର ତ୍ରିପାଠୀ, ବାପୁନୀ ବେହେରା, ସିମାନ୍ଦ୍ରୀ ପାଣ୍ଡି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ  l

LEAVE A REPLY

Please enter your comment!
Please enter your name here