ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ସିଂହାସନୀ:ବଣ ପର୍ବତ ଘେରରେ ମା ବିରାଜମାନ,ପର୍ବ ପର୍ବାଣୀରେ ମାଁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ବେଶ ଚଳଚଞ୍ଚଳ

0
356

କୋଦଳା(ଦକ୍ଷିଣ ଓଡ଼ିଶା ମୁଖ୍ୟ) ଗଞ୍ଜାମ ଜିଲ୍ଲାର ଭୌଗୋଳିକ ପରିସୀମା ଓ ଅବସ୍ଥାକୁ ଅବଲୋକ ନକଲେ ଏହା ଏକ ସଂସ୍କୃତି ଭରା ପ୍ରାକୃତିକ ପରିବେଶବୃତ୍ତ ଜିଲ୍ଲା ଅଟେ l ଏଠାରେ ଅନେକ ପାରମ୍ପରିକ ପୀଠ ଯାହାକି ଏହି ଜିଲ୍ଲାର ଅଧିବାସୀ ମାନଙ୍କ ଦ୍ୱାରା ଆରାଧ୍ୟ ଶୌବ, ଶାକ୍ତ ଓ ବୌଷ୍ଟବ ପୀଠ ଅଟେ l ଏହି ଜିଲ୍ଲାର ଶକ୍ତିପୀଠ ମଧ୍ୟରେ ତାରାତାରିଣୀ, ଭୌରବି, ନାରାୟଣୀ ଭଳି ସିଂହାସନୀ ପୀଠ ମଧ୍ୟ ଅନ୍ୟତମ ଅଟେ l
ସବୁଜବନାନୀ ଘେରାଭତୁଙ୍ଗ ପର୍ବତ ମାଳା ମଧ୍ୟରେ ଜନଜାତି ଦ୍ୱାରା ପୂଜିତ ଏହି ସିଂହାସନୀ ପୀଠ ହୋଇଥିଲେ ମଧ୍ୟ ଏହି ଦେବୀପୀଠଟି ପୋଲସରା, କୋଦଳା, ବାଣପୁର ଆଦି ଅଞ୍ଚଳର ଶକ୍ତିପୀଠ ଅଟେ l କେଉଁ ଅନାଦି କାଳରୁ ଅନେକ ଲୋକକଥାକୁ ଧାରଣ କରି କିମ୍ବଦନ୍ତୀ ପୂର୍ଣ୍ଣ ଏହି ଶକ୍ତିପୀଠ l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ା ଗ୍ରାମରେ ମା ସିଂହାସନୀଙ୍କ ଆରାଧ୍ୟ ପୀଠ l କଳାପାହାଡ଼ ଯେତେବେଳେ ଶ୍ରୀ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ ଜଗନ୍ନାଥଙ୍କୁ ଆଣି ପୋଲସରା ମଥୁରା ନିକଟ ମାରଦା ବଣରେ କୋଦଳା ଆଠଗଡ଼ ରାଜା ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦେବ ଏଠାରେ ରଖିଥିଲେ l କିନ୍ତୁ ଲୋକକଥା ଅନୁଯାୟୀ କଳାପାହାଡକୁ ମା ସିଂହାସନୀ ଅଟକାଇ ଥିବା ଜଣାଯାଏ l ସେହିଭଳି ଜଣାଯାଏ ଯେ, ପୂଜକଙ୍କ ଏକ ବଳଦକୁ ବାଘ ଖାଇଦେବା ପରେ ମଁl ଙ୍କୁ ପୂଜକ ଗୁହାରି ଜଣାଇବା ପରେ ସ୍ବପ୍ନରେ ମା ପୂଜକଙ୍କୁ କହିଥିଲେ ଯେ ସକାଳୁ ତୋର ଜମି ଚାଷ ହେବ l ବାଘ ଆସି ସକାଳୁ ଜମିରେ ଥିଲା ଓ ପୂଜକ ଗୋଟିଏ ବଳଦକୁ ନେଇ ବାଘକୁ ଅନ୍ୟ ପଟେ ବାନ୍ଧି ପୂଜକ ଚାଷ କରିଥିଲେ l ଏପରି ଅନେକ କିମ୍ବଦନ୍ତୀ ଭରା ଏହି ଶକ୍ତିପୀଠ l
ମା ସିଂହାସନୀ ଏକ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିଲା l ପ୍ରଶାସନ ଓ କିଛି ପରିବେଶବିତ ତଥା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏହାର ଉନ୍ନତିକରଣ ହୋଇଛି l ଏହାର ଉନ୍ନୟନ କମିଟି ସଭାପତି ଓ ଯୋଜନାବୋର୍ଡ ଅଧକ୍ଷ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀକାନ୍ତ ସାହୁଙ୍କ ଅଦମ୍ୟ ଚେଷ୍ଟା ତଥା ଓଡିଶା ସରକାରଙ୍କ ଉଦ୍ୟମରେ ଏହି ସ୍ଥାନ ଅଗମ୍ୟ ରୁ ସୁଗମ ହୋଇପାରିଛି l ଏଠାରେ ଥିବା କଲ୍ୟାଣ ମଣ୍ଡପ, ସୁଲଭ ଶୌଚାଳୟ, ଗେଷ୍ଟ ହାଉସ, ଆଦର୍ଶ ପୁଷ୍ପରିଣୀ ଓ ବ୍ରିଟିଶ ଅମଳର ପୋଲହଟି ନୂତନ ପୋଲ ନିର୍ମାଣ ଆଦି ବିଧାୟକଙ୍କ ପ୍ରଚେଷ୍ଟାର ଏକ ନମୁନା l କୋଦଳା ଠାରୁ ମା ସିଂହାସନୀ ଅତି ନିକଟତମ ରାସ୍ତା ଯାହାକି ଦିନେ ପାଦଚଲା ଥିଲା l ତାହା ଆଜି ଏକ ସୁଗମ ରାସ୍ତାରେ ପରିଣତ ହୋଇଛି l ବିଧାୟକ ଶ୍ରୀକାନ୍ତ ସାହୁ ଓ ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ସୁ ପ୍ରଚେଷ୍ଟାରେ କାର୍ଯ୍ୟ ହୋଇଛି l
ଏହାର ଆହୁରି ଉନ୍ନତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଗୋଚର କରିବା ନିମନ୍ତେ ଆମ ପ୍ରତିନିଧି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ଯୋଗାଯୋଗ କରିଥିଲେ l ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଆଗାମୀ ଦିନରେ ଏଠାରେ ଏକ ଆଦର୍ଶ ପୋଖରୀ, ଗାଡ଼ି ପାର୍କିଂ ସ୍ଥଳ ଓ ଶିଶୁ ଆମୋଦ ଉଦ୍ୟାନ ଓ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ କରାଯିବ l

LEAVE A REPLY

Please enter your comment!
Please enter your name here