ନିଆଁ ଲାଗି ଆଖୁ ଫସଲ ସମ୍ପୂର୍ଣ୍ଣ ଜଳିଗଲା

0
439

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ରାମପାଲି ଗ୍ରାମରେ ଆଜି ନିଆଁ ଲାଗି ପ୍ରାୟ ୬ ଏକର ଆଖୁ ଫସଲ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଜମିହୀଡ଼ରେ ଲାଗିଥିବା ନଡ଼ିଆ ଓ ଆମ୍ବ ଗଛ ସବୁ ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାଇ ରାମପାଲି ଗ୍ରାମର ଲୋକନାଥ ଭତରା , ପଣ୍ଡୁଗୁଡା ଗ୍ରାମର ବଗିସ ମାଳି ଓ ମଦନ ମାଳି ଏହି ତିନିଜଣ ରାଜାନ୍ନା ଶ୍ରୀନିବାସ ରାଓ ଙ୍କ ପ୍ରାୟ ୬ ଏକର ଜମିରେ ଭାଗଚାଷ ରେ ଆଖୁ ଚାଷ ଚଳିତ ବର୍ଷ କରିଥିଲେ । ଉକ୍ତ ଚାଷ ଜମି ହିଡରେ ପ୍ରାୟ ୧୫୦ ଟି ନଡ଼ିଆ ଗଛ ଓ ପ୍ରାୟ ୧୫୦ ଟି ଆମ୍ବ ଗଛ ଲଗାଇଥିଲେ । ଉକ୍ତ ଜମି ସନ୍ଧିକୁ ଲାଗି କେର୍ଲା ଗ୍ରାମର ବିଦ୍ୟା ବିଶୋଇ ଙ୍କ ଚାଷ ଜମି ରହିଛି । ଉକ୍ତ ତିନିଜଣ ଭାଗଚାଷୀ ମନା କରିବା ସ୍ୱତେ ପ୍ରାୟ ୧୨ ଘଣ୍ଟା ସମୟରେ ନିଜ ଜମିରେ ନିଆଁ ଲଗେଇ ଦେଲା । ନିଆଁ ଲଗାଇବା ଦ୍ୱାରା ଏମାନଙ୍କ ଆଖୁ ଫସଲ ନଷ୍ଟ ସହ ସବୁ ଗଛ ଗୁଡିକ ମଧ୍ୟ ନିଆଁ ଲାଗି ନଷ୍ଟ ହେଇଯାଇଛି । କୋଷାଗୁମୁଡା ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଫସଲ ଜଳିଯାଇଥିଲା । ଏନେଇ କୋଷାଗୁମୁଡା ଥାନାରେ ଲୋକନାଥ ଭତରା ଏତଲା ଦେଇଛନ୍ତି । ସେହିପରି ଆଖୁ ଚାଷ କରିବା ପାଇଁ ଏମାନେ ପ୍ରାୟ ୧୨ ଲକ୍ଷ ଟଙ୍କା ଋଣ ଆଣିଥିଲେ ବୋଲି ଏତଲା ରେ ଦର୍ଶାଇଛନ୍ତି । ଏଣୁ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ କ୍ଷତିଗ୍ରସ୍ତ ଚାଷୀ ମାନେ କୋଷାଗୁମୁଡା ଥାନା ଅଧିକାରୀ ଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here