ଡାବୁଗାଁ କୌଶଳ ବିକାଶ କେନ୍ଦ୍ର ଉଦଘାଟନ

0
325

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହାକୁମା ସ୍ଥିତ କୌଶଳ ବିକାଶ କେନ୍ଦ୍ର କୁ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କୌଶଳ ବିକାଶ କେନ୍ଦ୍ର କୁ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହି ମିନା ଯୋଗ ଦେଇଥିଲେ । ଜିଲା ଏମ୍ପ୍ଲୟ ମେଣ୍ଟ ଅଫିସୋର ଏହି କୌଶଳ ବିକାଶ କେନ୍ଦ୍ର ରେ ଉଭୟ ଝିଅ ୩୦ ଜଣ ସିଲେଇ ଶିଖିବା ପାଇଁ ସୁବିଧା ଥିବାବେଳେ ପୁଅ ୧୫ ଜଣ ଓଲଡିଂ ପ୍ରଶିକ୍ଷଣ ନେବା ପାଇଁ ରେଜିଷ୍ଟେସନ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ଡାବୁଗାଁ ଭୈରବ ଜୁନିଅର କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇଥିଲେ । ଏଥିରେ କୌଶଳ ବିକାଶ କେନ୍ଦ୍ର ର ରାଜ୍ୟ ପ୍ରଭାରୀ ପରାକ୍ରମ ଚମ୍ପତି , ସେଣ୍ଟର ନିରୀକ୍ଷକ କାର୍ତ୍ତିକ ନାୟକ , ଡାବୁଗାଁ ବିଡ଼ିଓ ରଂଜିତା ମେରୀ ନାୟକ , ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଯୋଗ ଦେଇ ପିଲାଙ୍କୁ ଶିଖିବାର ପ୍ରଣାଳୀ ଓ ପିଲାଙ୍କୁ ରୋଜଗାର କ୍ଷମ କରିବା ସହ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରହ୍ଲାଦ ସାହି ସଡକ ସୁରକ୍ଷା ଜୀବନ ରକ୍ଷା କରିବା ସହ ଟ୍ରାଫିକ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିବା ସହ ଏହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here