ବ୍ରହ୍ମପୁର ଜିଲ୍ଲା ଗଠନ ତଥା ସହର ତଳି ଅଞ୍ଚଳ ମିଶ୍ରଣ ନେଇ ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀତା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଠାରେ ପ୍ରତିବାଦ ସଭା

0
192

ବ୍ରହ୍ମପୁର: ଲୋକ ସଂଖ୍ୟା ସାନ୍ଧ୍ରତା ଓ ଭୌଗୋଳିକ ଅବସ୍ଥିତିକୁ ବିଚାରକୁ ନେଇ ବ୍ରହ୍ମପୁର ଉପଖଣ୍ଡକୁ ସୂତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବା ତଥା ୨୦୦୮ ଘୋଷଣା ନାମା ଅନୁଯାୟୀ ଓ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରି ସହର ତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ବୃହତ୍ତର ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରିବା ଦାବୀ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ବିରୁଦ୍ଧରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ଦ୍ୱିତୀୟ ପ୍ରତିବାଦ ସଭା କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ଗତ ୧୬ ତାରିଖରେ ପ୍ରଥମ ପ୍ରତିବାଦ ସଭା ଗାନ୍ଧୀନଗର ଠାରେ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ଗଠନର ସମସ୍ତ ମାପଦଣ୍ଡ ବ୍ରହ୍ମପୁର ଉପକ୍ଷଣ୍ଡ ପୁରଣ କରୁଛି। ଏହି ଉପଖଣ୍ଡ ଅଧିନରେ ୫ଟି ବିଧାନସଭା ଆସନ, ଗୋଟେ ଲୋକସଭା ଆସନ,୬ଟି ବ୍ଲକ, ସାତୋଟି ତହସିଲ, ତିନୋଟି ଏନ ଏ ସି, ଗୋଟିଏ ମହାନଗର ନିଗମ,ଗୋଟିଏ ବନ୍ଦର, ଗୋଟିଏ ଏୟାରର୍ଷ୍ଟ୍ରିପ, ଗୋଟେ ୟୁନିଭରର୍ସିଟୀ , ଗୋଟେ ମିଲିଟାରି ବେସ ଓ ଆର ଡି ସି ଅଫିସ ଅଛି। ସେହିଭଳି ଲୋକସଂଖ୍ୟା ୧୮ ଲକ୍ଷ୍ୟରୁ ଅଧିକ ଭୌଗଳିକ ପରିସୀମା ୨୦ ହଜାର ବର୍ଗକିମି ପରିସୀମା ବିଶିଷ୍ଟ ତେଣୁ ଏ ସବୁ ତଥ୍ୟକୁ ବିଚାରକୁ ନେଲେ ଜିଲ୍ଲା ନିମନ୍ତେ ଏହି ଉପଖଣ୍ଡ ପ୍ରଥମ ଯୋଗ୍ୟତା ଅର୍ଜନ କରୁଛି। ସେହିଭଳି ୨୦୦୮ ମସିହା ଡିସେମ୍ବର ୨୯ ତାରିଖରେ ସରକାର ବ୍ରହ୍ମପୁର ସନ୍ନିକଟ ତଥା ଏହାର ଆଖପାଖ ୧୮ ଟି ପଞ୍ଚାୟତକୁ ନେଇ ଏକ ବୃହତ୍ତ ଓ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରିବେ ବୋଲି ଘୋଷଣା କରିଥିବା ବେଳେ ସରକାର ଇତିମଧ୍ୟରେ ଏହାକୁ ଭୁଲି ଗଲେଣି। ବାରମ୍ବାର ଦାବୀ, ଆନ୍ଦୋଳନ ଏପରିକି ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଧେଶ ସ୍ୱତ୍ତେ ସରକାର ମିଶ୍ରଣ ନିମନ୍ତେ କେବଳ ଗୋଟେ ବିଜ୍ଞପ୍ତି ପ୍ରକାଶ କରି ଚୁପ୍ ବସିଯାଇଛନ୍ତି। ଏପରିକି ୫ ଟି ସଚିବଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିରେ ଗାର ପାଲଟି ଯାଇଛି। ତେଣୁ ଏହାର ପ୍ରତିବାଦରେ କମିଟି ପକ୍ଷରୁ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହିଭଳି ପ୍ରତିବାଦ ସଭା ପ୍ରତି ସପ୍ତାହରେ ଅନୁଷ୍ଠିତ ହେବ। ଏ ସମ୍ବନ୍ଧରେ ସରକାରଙ୍କୁ ଚେତେଇ ଦେବା ପାଇଁ ଆଗାମୀ ଡ଼ିସେମ୍ବର ୨୯ ତାରିଖକୁ ବ୍ଲାକ ବେଡଜ ପିନ୍ଧି ପ୍ରତିବାଦ ସଭା ରାମଲିଙ୍ଗେଶ୍ୱର ପାର୍କ ନିକଟରେ ପାଳନ କରାଯିବ। ଆଜିର ସଭାରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି ,ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପଦେଷ୍ଟା ଆଡଭୋକେଟ ଡ ରାମ ଚନ୍ଦ୍ର ପାତ୍ର, ଜିତେନ୍ଦ୍ର କୁମାର ପାଢ଼ୀ,ପ୍ରବୀଣ କୁମାର ପଟ୍ଟନାୟକ, ପ୍ରିତିଶ କୁମାର ପାଣିଗ୍ରାହୀ, ସୁଧିର ରାଉତ, ରାଜେନ୍ଦ୍ର କୁମାର ଜେନା, ଉମାଶଙ୍କର ପାଣି, ସନ୍ତୋଷ କୁମାର ସାହୁ, ଭୁବନେଶ୍ୱର ଜେନା, ବାସୁଦେବ ସାହୁକାର, ନାରାୟଣ ଚନ୍ଦ୍ର ପାଇଛା, କାହୁଁ ଚରଣ ପତି, କାହୁଁ ଚୌଧୁରୀ,ଏମ୍ ନରସିଂହ ପାତ୍ର, ଲୋକନାଥ ପରିଡ଼ା, ବି ସୁଦର୍ଶନ ପାତ୍ର, ଚନ୍ଦ୍ରଶେଖର ରଥ, କାଳି ଚରଣ ପାଢ଼ୀ, ସୁବାଷ ଚନ୍ଦ୍ର ସେଠୀ, ସୁବାଷ ଚନ୍ଦ୍ର ପାତ୍ର, ଶଙ୍କର କୁମାର ସାହୁ,ବି ସିମାଞ୍ଚଳ ପାତ୍ର, ଗଣେଶ ଚନ୍ଦ୍ର ଦାସ, ଭି ନାର୍ସିଙ୍ଗୁଲୁ, ପ୍ରଶାନ୍ତ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ,ବି ପି ଦାସ, ଭୀମରାଜ ପାତ୍ର ଓ ସୁଦେଷ୍ଟନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here