ଫେବୃୟାରୀ ପହିଲାରୁ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର, ୨୩ ଜଣ ଅଧିକାରୀ କଲେ ଅନୁଧ୍ୟାନ

0
329

ବୁଗୁଡା(ଅନିଲ କୁମାର ମହାରଣା) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଫେବୃଆରୀ ପହିଲାରୁ ଓଡ଼ିଶାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ଶିକ୍ଷା ଦାନ ଆରମ୍ଭ ହୋଇଛି। ବ୍ଲକ ଓ ସହରର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୨୩ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଦାୟିତ୍ବ ଦେଇଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଅନୁଧ୍ୟାନ କରିବା ପାଇଁ ଛତ୍ରପୁରରୁ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଆସି ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି କୌଣସି ଅନିୟମିତତା ଦେଖିନଥିଲେ। ଶ୍ରୀ ମଣ୍ଡଳଙ୍କ ସହ ବୁବୁଡ ତହସିଲଦାର ସଂଗ୍ରାମ କେଶରୀ ଜେନା, ସିଡିପିଓ ରଞ୍ଜିତା ତ୍ରିପାଠୀ, ସୁପ୍ରଭାଇଜର ସୁ କେସିନୀ ରଥ ପ୍ରମୁଖ ମାଣିତରା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ଛତୁଆ ଦେଖିବା ସହ ଓଜନ କରାଇଥିଲେ। ଅଙ୍ଗନୱାଡି କର୍ମୀ ଆରତୀ ବେହେରା, ପୁଷ୍ପାଞ୍ଜଳି ମହାରଣା, ରଶ୍ମିତା ପ୍ରଧାନ ଓ ରଶ୍ମିତା ନାୟକଙ୍କ ସମେତ ଗର୍ଭବତୀ ମାଆ, ପ୍ରସୂତୀ ମାଆ, ଓ ଶିଶୁଙ୍କ ମାଆ ମାନଙ୍କ ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here