ମେଧା ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0
309

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବୁଗୁଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ଶିକ୍ଷାନୁଷ୍ଠାନ ପକ୍ଷରୁ ବୃତ୍ତି ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧିତ କରାଯାଇଥିବା ମେଧା ଛାତ୍ରଛାତ୍ରୀ ବୃନ୍ଦ ହେଲେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ପ୍ରଥମସ୍ଥାନ ରଖିଥିବା ତେଜସ୍ୱିନୀ ଖାଡଙ୍ଗା, ଚତୁର୍ଥ ସ୍ଥାନ ରଖିଥିବା ଶ୍ରୀକୃଷ୍ଣ ଜେନା, ଓ ପଞ୍ଚମ ସ୍ଥାନ ରଖିଥିବା ଶୁଭମ୍ କୁମାର । ୩ୟ ଶ୍ରେଣୀ ଗରିବ ଛାତ୍ର ମେଧାବୃତ୍ତି ପରୀକ୍ଷାରେ ୪ର୍ଥ ସ୍ଥାନ ଅଧିକାର କରିଥିବା ଗୌରବ ଗୌଡ଼। ସେହିପରି ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ରଖିଥିବା ତନ୍ମୟ କୁମାର ସ୍ୱାଇଁ ଓ ଷଷ୍ଠ ସ୍ଥାନ ରଖିଥିବା ଟି. କୀର୍ତ୍ତିମାନ ପାତ୍ର। ପ୍ରଧାନ ଆଚାର୍ଯ୍ୟ ମାଧବ ଶତପଥୀ, ଅନ୍ୟାନ ଆଚାର୍ଯ୍ୟ ବୃନ୍ଦ ଓ ଗୁରୁମା ବୃନ୍ଦଙ୍କ ଉପସ୍ଥିତରେ ଏହି ସମସ୍ତ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ସର୍ବାଧିକ ୬ ଜଣ ମେଧାବୃତ୍ତି ପାଇ ଶ୍ରେଷ୍ଠ ସ୍ଥାନ ରହିଥିବା ଯୋଗୁ କମିଟିର ସଭାପତି କାଶୀନାଥ ବିଷୋୟୀ, ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସମେତ ଅଭିଭାବକ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here