ଭାଲୁ ଆକ୍ରମଣରେ ମହିଳା ଗୁରୁତର

0
871

ଡାବୁଗାଁ( ଗଗନ ଗନ୍ତାୟତ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡ଼ା ଜଙ୍ଗଲକୁ ଶୌଚ ନିମନ୍ତେ ଯାଇଥିବା ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁଯାୟୀ , ତେନ୍ତୁଳିଗୁଡ଼ା ଗ୍ରାମର ପ୍ରେମାଙ୍ଗିନୀ ବାଘ ( ୫୮ ) ଆଜି ସକାଳ ୬ଟାରେ ଶୌଚ ନିମନ୍ତେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଶୌଚ କରି ଫେରିବା ସମୟରେ ହଠାତ୍ ଜଙ୍ଗଲ ଭିତରେ ଏକ ଭାଲୁ । ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ତାଙ୍କ ଜଙ୍ଘରେ ଆଘାତ ଲାଗିବାରୁ ପ୍ରେମାଙ୍ଗିନୀ ପ୍ରାଣ ବିକଳରେ ଚିତ୍କାର କରିଥିଲେ । ପ୍ରେମାଙ୍ଗିନୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ପରିବାର ଲୋକ ପ୍ରେମାଙ୍ଗିନୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭରି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପ୍ରେମାଙ୍ଗିନୀଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here