ସୋରଡା ଗସ୍ତରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା

0
350

ଭଞ୍ଜନଗର(ନିଲୁ ବିଷୋୟୀ) ରାଜ୍ୟ ସରକାରଙ୍କ ସୂଚନା,ପ୍ରଯୁକ୍ତି ,କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରବିବାର ସୋରଡା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ରେ ଆସି ସ୍ଥାନୀୟ ମସଜିଦ ପରିସରରେ ନବ ନିର୍ମିତ ମୁସଲିମ ସମ୍ପ୍ରଦାୟ ବହୁମୁଖି ଗୋଷ୍ଠୀ କେନ୍ଦ୍ର କୁ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଅଵସର ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ,ବ୍ଲକ ଅଧ୍ୟକ୍ଷା ସାଇବାଣୀ ମଲିକ ପ୍ରମୁଖ ଯୋଗଦେଇଥିଲେ । ମଧ୍ୟ।ର୍ହ୍ନ ରେ ମନ୍ତ୍ରୀ ଶ୍ରୀ ବେହେରା ଦାରିଙ୍ଗବାଡି ରୁ ସିଧା ସୋରଡା ଆସି ପହଂଚିଥିଲେ । ସ୍ଥାନୀୟ ଗଣିଛକ ଠାରେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରାଯିବା ସହ ବିରାଟ ଶୋଭାଯାତ୍ରା ରେ ମସଜିଦ କୁ ଅଣାଯାଇଥିଲା । ସେଠାରେ ମନ୍ତ୍ରୀ ସାଂସଦ,ବିଧାୟକ ଦରଘାରେ ଚଦର ଚଢାଇ ବିଶ୍ଵଶାନ୍ତି କାମନା କରିଥିଲେ । ପରେ ଗୋଷ୍ଠୀ କେନ୍ଦ୍ର କୁ ଉଦଘାଟନ କରିଥିଲେ । ଭାଇଚାରାର ଏହି ସହର ରେ ସଦା ସର୍ବଦା ଶାନ୍ତି,ଶ୍ରଦ୍ଧା,ସ୍ନେହ ବଜାୟ ରହିବା ସହ ବିକାଶ ର ପଥରେ ଅଗ୍ରସର ହେଉ ବୋଲି ମନ୍ତ୍ରୀ ଏହି ଅବସରରେ କହିଥିଲେ ।ଏହା ପରେ ସେଠାରୁ ଏକ ଶୋଭାଯାତ୍ରାରେ ରେ ଆସି ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ରେ ଚାଲିଥିବା ଋଷିକୁଲ୍ୟା କ୍ରିକେଟ କ୍ଲବ ଦ୍ଵାରା ଦ୍ଵାଦଶ ଋଷିକୁଲ୍ୟା ଜିଲା ସ୍ତରୀୟ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ରେ ଯୋଗଦେଇଥିଲେ । ଋଷିକୂଲ୍ୟା କ୍ରିକେଟ କ୍ଲବ ର ସଦସ୍ୟ ମାନେ ତାଙ୍କୁ ଫୁଲ ତୋଡ ଦେଇ ପଡିଆ ମଧ୍ୟ କୁ ପାଛୋଟି ଆଣିଥିଲେ ।କ୍ଲବ ସଭାପତି ସଞ୍ଜୟ ପଣ୍ଡା ,ସମ୍ପାଦକ ରଜନୀ ମହାପାତ୍ର ,କୋଷାଧ୍ୟକ୍ଷ ମନୋଜ ମହାପାତ୍ର ସମେତ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।ସୋରଡା ମିନି ଷ୍ଟାଡିୟମ ର ଉନ୍ନତି ଅଧିକ ରୁ ଅଧିକ କିପରି ଭାବରେ ହେବ ସେଥି ପ୍ରତି ଦୃଷ୍ଟି ଦେବି ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ଖେଳ ପଡିଆରେ ବିଧାୟକ ଙ୍କ ସହ କ୍ରିକେଟ ଖେଳି ଥିଲେ।

LEAVE A REPLY

Please enter your comment!
Please enter your name here