ବାଳକୃଷ୍ଣପୁର ଠାରେ କ୍ଳଷ୍ଟରସ୍ତରୀୟ ଶିଶୁ ପ୍ରତିଭା ପ୍ରତିଯୋଗିତା ” ସୁରଭି “

0
338

ଗଞ୍ଜାମ: କ୍ଳଷ୍ଟରସ୍ତରୀୟ ଶିଶୁ ପ୍ରତିଭା ପ୍ରତିଯୋଗିତା ସୁରଭି ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦକ୍ଷିଣପୁର କ୍ଳଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତର୍କ , ବକ୍ତୃତା, ପ୍ରବନ୍ଧ, କୁଇଜ୍, ସଙ୍ଗୀତ , ଚିତ୍ରାଙ୍କନ , ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର ଅନ୍ତର୍ନିହିତ ପ୍ରତିଭାକୁ ପ୍ରଦର୍ଶନ କରିଥିଲେ । ଲାଞ୍ଜିଆ ସମିତିସଭ୍ୟ ତଥା ଅମ୍ବଗଡ ସମବାୟ ସେବା ସମିତିର ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟଅତିଥି ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଦକ୍ଷିଣପୁର କ୍ଲଷ୍ଟର ସି ଆର୍ ସି ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାଶିକ୍ଷକ ପଦ୍ମଲୋଚନ ରଥ , ସାରଥୀ ପାତ୍ର , କୁଞ୍ଜବିହାରୀ ଗୌଡ଼, ଗୋବିନ୍ଦ ଗୌଡ଼ ଓ ଅଶୋକି ମହାରଣା ,ପଦ୍ମଚରଣ ଗୌଡ଼ ମଞ୍ଚାସିନ ଥିଲେ । ଶିକ୍ଷକ ଜି ଟୁନା ଦୋରା ଓ ଶିକ୍ଷୟତ୍ରୀ ନମିତା କୁମାରୀ ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିସହ ଛୋଟଛୋଟ କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନକରି ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅପରାହ୍ନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରପଞ୍ଚ ଅନିଲ ଗୌଡ଼ , ଦେବାଶିଷ ସେଠି, କୁକୁଡ଼ାଖଣ୍ଡି ବ୍ଲକ୍ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୌରି ଶଙ୍କର ବେହେରା ଓ ସମିତିସଭ୍ୟ କାହ୍ନୁ ଚରଣ ପାତ୍ର ଯୋଗଦାନକରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଭଗବାନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ । ବାଳକୃଷ୍ଣପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନକିଣିଥିଲେ l ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ କୁକୁଡ଼ାଖଣ୍ଡି ବ୍ଲକ୍ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗନେବେ । ଶେଷରେ ଶିକ୍ଷକ ଶିବରାମ ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here